ହୋଲ୍ଡିଂ ଟ୍ୟାକ୍ସ କମାଇବା ପାଇଁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ଛନ୍ଦି ହେଲେ ବିଏମସି ଅଧିକାରୀ

ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ବିଏମସି ଅଧିକାରି । ସାମ୍ନାକୁ ଆସିଲା ବିଏମସି ଅଧିକାରୀଙ୍କ ଲାଞ୍ଚ କାରବାର । ହୋଲ୍ଡିଂ ଟ୍ୟାକ୍ସ କମାଇବାକୁ ଅଧିକାରୀ ନେଉଥିଲେ ଲାଞ୍ଚ । ତେବେ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ବିଏମସିର ଟ୍ୟାକ୍ସ କଲେକ୍ଟର ।

ବିଏମସି ଓ୍ବାର୍ଡ ଅଫିସ ୨୩ର ଟ୍ୟାକ୍ସ କଲେକ୍ଟର ହେମନ୍ତ କୁମାର ସାହୁଙ୍କୁ ଲାଞ୍ଚ ଟଙ୍କା ସହ ଧରିଛି ଭିଜିଲାନ୍ସ ଡିଭିଜନ । ପଚରାଉଚୁରା ବେଳେ ଏ ସମ୍ପର୍କରେ ଜଣାପଡିଛି । ପୂର୍ବତନ ଟ୍ୟାକ୍ସ କଲେକ୍ଟର ଜୋଗେନ୍ଦ୍ର ପ୍ରଧାନଙ୍କ ପାଇଁ ମଧ୍ୟ ଭାଗରେ ଅଭିଯୋଗକାରୀଙ୍କ ଠାରୁ ଲାଞ୍ଚ ନିଆଯାଉଥିଲା । ଏପରି ସୂଚନା ପାଇ ରେଡ୍‌ ହ୍ୟାଣ୍ଡେଡ ଧରିଥିବା ବେଳେ ଦୁଇ ଜଣଙ୍କ ଘରେ ଭିଜିଲାନ୍ସ ଚଢାଉ ଜାରି ରଖିଛି । ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିପାରେ ଭିଜିଲାନ୍ସ ।

Related Posts