ବଲିଉଡ୍ ଅଭିନେତ୍ରୀ ରମ୍ଭାଙ୍କ କାର ଦୁର୍ଘଟଣା ଗ୍ରସ୍ତ: ଅଳ୍ପକେ ବର୍ତ୍ତିଲେ ଅଭିନେତ୍ରୀ, ଝିଅ ଗୁରୁତର

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଅନେକ ବଲିଉଡ ଫିଲ୍ମରେ କାମ କରିଥିବା ଅଭିନେତ୍ରୀ ରମ୍ଭାଙ୍କର କାର ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ରମ୍ଭାଙ୍କର କାର ଭାଙ୍ଗିଯାଇଥିବା ବେଳେ ସେ ଅଳ୍ପକେ ବର୍ତ୍ତିଯାଇଛନ୍ତି। ହେଲେ ଏହି ଦୁର୍ଘଟଣାରେ ତାଙ୍କ ଝିଅ ଆହତ ହୋଇଥିବା ବେଳେ ତାଙ୍କୁ ବର୍ତ୍ତମାନ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଅଭିନେତ୍ରୀ ରମ୍ଭା ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ତାଙ୍କ ପ୍ରଶଂସକଙ୍କ ସହ ଏହି କାର ଦୁର୍ଘଟଣାର ଆଶ୍ଚର୍ଯ୍ୟଜନକ ଖବର ସେୟାର କରିଛନ୍ତି। ସେ କାର୍‌ର ଚିତ୍ର ମଧ୍ୟ ସେୟାର କରିଛନ୍ତି । କାରର ଫଟୋ ସେୟାର କରିବା ସହିତ ରମ୍ଭା ହସ୍ପିଟାଲ ରୁମରୁ ତାଙ୍କ ଝିଅର ଫଟୋ ମଧ୍ୟ ସେୟାର କରିଛନ୍ତି । ରମ୍ଭାଙ୍କ ପୋଷ୍ଟରେ ମନ୍ତବ୍ୟ ଦେଇ ସେଲିବ୍ରିଟି ଏବଂ ପ୍ରଶଂସକମାନେ ତାଙ୍କ ଅବସ୍ଥା ବିଷୟରେ ପଚାରିଛନ୍ତି ।

ଏହାସହ ତାଙ୍କ ଝିଅର ଆଶୁ ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛନ୍ତି । ଏଥି ସହିତ, ଅନେକ ଲୋକ ମଧ୍ୟ ଏହି କଷ୍ଟ ସମୟରେ ରମ୍ଭାଙ୍କୁ ସାହସ ରଖିବାକୁ ପରାମର୍ଶ ଦେଉଛନ୍ତି । ସୋସିଆଲ ମିଡିଆରେ ରମ୍ଭାଙ୍କ ପୋଷ୍ଟ ସେୟାର ପରେ ଫ୍ୟାନ୍ସ ମାନଙ୍କୁ ଖୁବ ବିଚଳିତ କରିଛି । ସୂଚନା ଥାଉକି, ଅନେକ ବଲିଉଡ ଚଳଚିତ୍ରରେ ଅଭିନୟ କରି ଦର୍ଶକଙ୍କ ହୃଦୟରେ ରାଜ୍ କରିଥିଲେ ରମ୍ଭା । କେବଳ ବଲିଉଡ ଦକ୍ଷିଣ ଫିଲ୍ମରେ ବି ଥିଲା ତାଙ୍କର ଦବଦବା ।

Related Posts