ମୁମ୍ବାଇର ପ୍ରସିଦ୍ଧ ମାଉଣ୍ଟ ମେରି ଚର୍ଚ୍ଚକୁ ବୋମାରେ ଉଡ଼ାଇଦେବାକୁ ଧମକ, ପୋଲିସର ତଦନ୍ତ ଜାରି

ଭୁବନେଶ୍ୱର,୩୦/୧୨(ସତ୍ୟପାଠ ବ୍ୟୁରୋ): ମୁମ୍ବାଇର ବାନ୍ଦ୍ରାରେ ଥିବା ପ୍ରସିଦ୍ଧ ମାଉଣ୍ଟ ମେରି ଚର୍ଚ୍ଚକୁ ବୋମାରେ ଉଡାଇବାର ଧମକ। ଇମେଲ ଯୋଗେ ଲସ୍କର-ଇ-ତୋଇବା ଆତଙ୍କବାଦୀ ସଂଗଠନ ମାଉଣ୍ଟମେରୀ ଚର୍ଚ୍ଚରେ ଆକ୍ରମଣ କରିବାକୁ ଧମକ ଦେଇଛି। ଏହି ଇମେଲ ପରେ ଏବେ ଆତଙ୍କ ଖେଳି ଯାଇଛି। ମାମଲାର ସୂଚନା ତୁରନ୍ତ ପୋଲିସକୁ ଦିଆଯାଇଛି। ଏହି ମାମଲାର ସୂଚନା ମିଳିବା ପରେ ବାନ୍ଦ୍ରା ପୋଲିସ ଅଜଣା ବ୍ୟକ୍ତିଙ୍କ ବିରୋଧରେ ଆଇପିସିର ଧାରା ୫୦୫(୩) ଅନୁସାରେ ମାମଲା ରୁଜୁ କରିଛି।

ଏନେଇ ପୋଲିସ କହିଛି ଯେ, ମାମଲାର ତଦନ୍ତ କରାଯାଉଛି। ଖୁବ୍ ଶୀଘ୍ର ଏହାର ଖୁଲାସା କରାଯିବ। ପୋଲିସର କହିବା ଅନୁସାରେ, ମାଉଣ୍ଟ ମେରି ଚର୍ଚ ଉପରେ ଆତଙ୍କବାଦୀ ଆକ୍ରମଣ କରିବାକୁ ଧମକ ଦେଇଛନ୍ତି। ଖୁବ୍ ଶୀଘ୍ର ଏହାର ଖୁଲାସା କରାଯିବ। ପୋଲିସର କହିବା ଅନୁସାରେ, ମାଉଣ୍ଟ ମେରି ଚର୍ଚ୍ଚକୁ ମେଲ୍ [email protected] ଆଡ୍ରେସରେ ଇ-ମେଲ ପଠାଯାଇଛି।

ପୋଲିସର କହିବା ଅନୁସାରେ, ଏହି ଧମକପୂର୍ଣ୍ଣ ମେଲ୍ ପରେ ଆଉ ଏକ ଇ-ମେଲ ଆସିଥିଲା, ଯେଉଁଥିରେ ପଠାଇଥିବା ଲୋକ ଦାବି କରିଥିଲେ ସେ ସେହି ଶିଶୁର ମା, ଯିଏକି ପୂର୍ବ ଧମକପୂର୍ଣ୍ଣ ଇମେଲ ପଠାଇଥିଲେ। ଇମେଲ ପଠାଇଥିବା ଲୋକ କ୍ଷମା ମାଗି କହିଛନ୍ତି, ତାଙ୍କ ଶିଶୁ ମାନସିକ ରୂପରେ ଅସ୍ଥିର, ତେଣୁ ସେ ଏଭଳି ପଦକ୍ଷେପ ଉଠାଇଛନ୍ତି। ତେବେ ବର୍ତ୍ତମାନ ପୋଲିସ ଏହି ମାମଲାର ଯାଞ୍ଚ କରୁଛି।

ଉଲ୍ଲେଖଯୋଗ୍ୟ ଯେ, ମାଉଣ୍ଟମେରୀ ଚର୍ଚ୍ଚରେ କ୍ରିସମସ୍ ଓ ନୂଆ ବର୍ଷରେ ବହୁ ସଂଖ୍ୟାରେ ଲୋକ ପହଞ୍ଚିଥାନ୍ତି। ଏହି ଚର୍ଚ୍ଚିତ ଚର୍ଚ୍ଚରେ ୨୫ ଡିସେମ୍ବରରୁ ୧ ଜାନୁଆରୀ ଭିତରେ ପ୍ରବଳ ଭିଡ ରହିଥାଏ।

Related Posts