ଭୁବନେଶ୍ବର: ବ୍ରଜରାଜନଗର ଉପନିର୍ବାଚନ ପାଇଁ ଚାଲିଛି ଭୋଟ୍ ଗଣତି | ଗଣତି ଆରମ୍ଭ ହେବାରୁ ଆଗରେ ଚାଲିଛି ବିଜେଡି | ଷଷ୍ଠ ରାଉଣ୍ଡ ଗଣତି ସୁଦ୍ଧା ବିଜେଡିର ଅଳକା ମହାନ୍ତି ଆଗରେ ରହିଛନ୍ତି | ୨୯୮୮୮ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେପିର ରାଧାରାଣୀ ପଣ୍ଡା ୭୮୧୮ ଖଣ୍ଡ ଭୋଟ୍ ପାଇ ଦ୍ବିତୀୟ ସ୍ଥାନରେ ରହିଛନ୍ତି । କଂଗ୍ରେସର କିଶୋର ପଟେଲ ୬୦୮୮ ଖଣ୍ଡ ଭୋଟ୍ ମିଳିଛି । ଷଷ୍ଠ ରାଉଣ୍ଡ ଗଣତି ସୁଦ୍ଧା ବିଜେଡି ପ୍ରାର୍ଥୀ ୨୨୨୫୧ ଖଣ୍ଡ ଭୋଟ୍ ରେ ବିଜେପିଠାରୁ ଆଗୁଆ ଅଛନ୍ତି । ଭୋଟ୍ ଗଣତି ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।
ବ୍ରଜରାଜନଗର ଉପନିର୍ବାଚନରେ ତିନି ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀଙ୍କ ସମେତ ସମୁଦାୟ ୧୧ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରିଛନ୍ତି । ମତଦାନ ହାର ଅପେକ୍ଷାକୃତ କମ୍ ଥିବାରୁ ତ୍ରିକୋଣୀୟ ମୁକାବିଲାରେ ବିଜୟ ବ୍ୟବଧାନ ନେଇ ଚର୍ଚ୍ଚା ଚାଲିଛି।





