ସହଦେବଖୁଣ୍ଟା ରେଲୱେ ଷ୍ଟେସନ ନିକଟରୁ କୋଟିଏରୁ ଉର୍ଦ୍ଧ୍ୱ ଟଙ୍କାର ବ୍ରାଉନସୁଗାର ଜବତ: ୨ ଗିରଫ

ବାଲେଶ୍ୱର : ରାଜ୍ୟରେ ବଢୁଛି ଧଳାଜହର କାରବାର । ବେଧଡକ ଭାବେ ଚାଲିଛି ବେପାର । ପୋଲିସ ର ନାଲି ଆଖିକୁ ଖାତିର ନକରି ମାଫିଆ ମାନେ ନିଜ ନିଜ ବେପାର ଚଳାଇଛନ୍ତି । ତେବେ ଏହାରି ମଧ୍ୟରେ ପୋଲିସ ମଧ୍ୟ ଏହି ବେଆଇନ କାରବାରରେ ବ୍ରେକ୍ ଲଗାଇବାକୁ ଚଲାଇଛି କସରତ ।

ଏହି ପରିପ୍ରେକ୍ଷୀରେ STF ପଞ୍ଝାରେ ପଡ଼ିଛନ୍ତି ବ୍ରାଉନସୁଗାର ବେପାରୀ । ବାଲେଶ୍ବର ପୋଲିସ ସହାୟତାରେ ସହଦେବଖୁଣ୍ଟା ରେଲୱେ ଷ୍ଟେନ ନିକଟରୁ ଜବତ ହୋଇଛି କୋଟିଏରୁ ଉର୍ଦ୍ଧ୍ୱ ଟଙ୍କାର ବ୍ରାଉନସୁଗାର ଜବତ ହୋଇଛି ।

କେବଳ ବ୍ରାଉନ ସୁଗାର ଜବତ ହୋଇନି ତା ନୁହେଁ ଦୁଇ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି । ବ୍ରାଉନସୁଗାର କାରବାର ଅଭିଯୋଗରେ ସେଖ୍ ରାଜୁ ଓ ଅମଜଦ୍ ଖାନ୍ ନାମକ ଦୁଇ ବ୍ୟବସାୟୀ ଗିରଫ ହୋଇଛନ୍ତି । ସେମାନଙ୍କ ନିକଟରୁ ୧ କେଜି ୬୦ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ତେବେ ଏହି ଲିଙ୍କରେ ଆଉ କିଏ କିଏ ସାମିଲ ଅଛନ୍ତି ତାଙ୍କୁ ଧରିବାକୁ ଚାଲିଛି ଜୋରଦାର ଉଦ୍ୟମ ।

Related Posts