ବଜେଟ୨୦୨୨; ୩ ବର୍ଷ ମଧ୍ୟରେ ଉନ୍ନତ ଦକ୍ଷତା ବିଶିଷ୍ଟ ୪୦୦ଟି ନୂଆ ବନ୍ଦେ ଭାରତ ଟ୍ରେନ ଚଳାଇବେ ସରକାର

ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟକୁ ସଂସଦରେ ଉପସ୍ଥାପନ କରୁଛନ୍ତି। ବଜେଟରେ ସରକାର ଆସନ୍ତା ତିନି ବର୍ଷ ମଧ୍ୟରେ ୪୦୦ ନୂତନ ଜେନେରେସନର ବନ୍ଦେ ଭାରତ ଟ୍ରେନ୍ ଚଳାଇବାକୁ ଘୋଷଣା କରିଛନ୍ତି। ସଂସଦରେ ବଜେଟ୍ ଉପସ୍ଥାପନ କରୁଥିବାବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ଘୋଷଣା କରିଛନ୍ତି। ଏହା ସହ ପରବର୍ତ୍ତୀ ୩ ବର୍ଷ ମଧ୍ୟରେ ୧୦୦ ପ୍ରଧାନମନ୍ତ୍ରୀ ଗତି ଶକ୍ତି କାର୍ଗୋ ଟର୍ମିନାଲ୍ ବିକଶିତ ହେବ ଏବଂ ମେଟ୍ରୋ ସିଷ୍ଟମ ନିର୍ମାଣ ପାଇଁ ଅଭିନବ ପ୍ରଣାଳୀ କାର୍ଯ୍ୟକାରୀ ହେବ ।

ତାଙ୍କ ବଜେଟ୍ ଅଭିଭାଷଣରେ ସୀତାରମଣ କହିଛନ୍ତି ଯେ ଗୋଟିଏ ଉତ୍ପାଦ ଗୋଟିଏ ରେଳ ଷ୍ଟେସନ୍ ଲୋକପ୍ରିୟ ହେବ। ଏହା ସହିତ ସୁରକ୍ଷା ଏବଂ କ୍ଷମତା ଯୋଗାଇବା ପାଇଁ ୨,୦୦୦ କିଲୋମିଟର ରେଳ ନେଟୱାର୍କକୁ ସ୍ୱଦେଶୀ ବିଶ୍ୱ ସ୍ତରୀୟ ଟେକ୍ନୋଲୋଜି ‘କବଚ’ ଅଧୀନରେ ଅଣାଯିବ । ଆହୁରି ମଧ୍ୟ ୪୦୦ ନୂତନ ବନ୍ଦେ ଭାରତ ଟ୍ରେନ୍ ଆରମ୍ଭ ହେବ । ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ-୧୮ ନାମରେ ମଧ୍ୟ ଜଣାଶୁଣା ।

Related Posts