ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ‘ଆତ୍ମନିର୍ଭରଶୀଳ ଭାରତ ୨୦୨୨-୨୩ ର ବଜେଟ୍’ ଉପସ୍ଥାପନ କରିଛନ୍ତି। ବଜେଟ୍ ଉପସ୍ଥାପନ କରି ଅର୍ଥମନ୍ତ୍ରୀ କର୍ପୋରେଟ୍ ଟିକସ ହାରକୁ ୧୮ ପ୍ରତିଶତରୁ ୧୫ ପ୍ରତିଶତକୁ ହ୍ରାସ କରିବାକୁ ଘୋଷଣା କରିଛନ୍ତି। ଏଥିସହିତ ଏହି ବଜେଟରେ ସରଚାର୍ଜକୁ ୧୨ ପ୍ରତିଶତରୁ ୭ ପ୍ରତିଶତକୁ ହ୍ରାସ କରିବାକୁ ପ୍ରସ୍ତାବ ଦିଆଯାଇଛି।
ସେପଟେ ଟିକସ ହାର ହ୍ରାସ ସହିତ ଆୟ ଆଧାରକୁ ମଧ୍ୟ ୧ କୋଟି ବଦଳରେ ୧୦ କୋଟି ବୋଲି ଘୋଷଣା କରାଯାଇଛି। ଅର୍ଥାତ ଦୀର୍ଘକାଳୀନ ପୁଞ୍ଜି ଲାଭରେ ବର୍ତ୍ତମାନ ୧୫ ପ୍ରତିଶତ ଟିକସକୁ ଆକର୍ଷିତ କରିବ ଜ୍ଝ ୯୦ ମିନିଟର ବଜେଟ୍ ଭାଷଣରେ ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି ଯେ କ୍ରିପ୍ଟୋକରେନ୍ସିରୁ ଆୟ ଉପରେ ୩୦ ପ୍ରତିଶତ ଟିକସ ଦେବାକୁ ପଡିବ।





