ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜଧାନୀ ଦିଲ୍ଲୀରେ ଏକ ଅଭାବନୀୟ ଘଟଣା ଘଟିଛି । ଦିଲ୍ଲୀର ଏକ ସରକାରୀ ବିଦ୍ୟାଳୟ ବାହାରେ ଦୁଇ ଗୋଷ୍ଠୀ ମଧ୍ୟରେ ଝଗଡା ବେଳେ ଜଣେ ୧୯ ବର୍ଷର ବାଳକକୁ ଗୁଳି କରି ହତ୍ୟା କରାଯାଇଥିଲା। ପୋଲିସର ସୂଚନାନୁସାରେ, ଏହି ମାମଲାରେ ଅଭିଯୁକ୍ତକୁ ଗିରଫ କରାଯାଇଛି ଏବଂ ତାଙ୍କ ନିକଟରୁ ଏକ ପିସ୍ତଲ ଜବତ କରାଯାଇଛି। ବାସ୍ତବରେ, ଦକ୍ଷିଣ ପଶ୍ଚିମ ଦିଲ୍ଲୀର ଦ୍ୱାରକା ସେକ୍ଟର ୧୬ଏ ରେ ସ୍କୁଲ ବାହାରେ ଦୁଇ ସ୍କୁଲ ପିଲାଙ୍କ ମଧ୍ୟରେ ଝଗଡା ବେଳେ ଅଭିଯୁକ୍ତ ଜଣକ ଖୁରସିଦ ନାମକ ଜଣେ ବାଳକ ଉପରେ ଗୁଳି ଚଳାଇଥିଲା।
ତେବେ ଏହି ଘଟଣାରେ ହତ୍ୟା ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି। ଦିଲ୍ଲୀ ପୋଲିସ ଏକ ବିବୃତ୍ତିରେ କହିଛି ଯେ ମୃତ ଛାତ୍ର ଜଣକ ଖୁରସିଦ ହୋଇଥିବାବେଳେ ଅଭିଯୁକ୍ତର ନାମ ସାହିଲ ବୋଲି ଜଣାପଡିଛି। ଖବର ପାଇବା ପରେ ଖୁରସିଦଙ୍କୁ ଡାକ୍ତରଖାନା ନିଆଯାଇଥିଲା । ଯେଉଁଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ଆର୍ମସ୍ ଆକ୍ଟ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ଏଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।





