CAA ବିଜ୍ଞପ୍ତିକୁ ବିଜେପିର ନିର୍ବାଚନୀ ଚାଲ୍ କହି ବର୍ଷିଲେ ମମତା, କେନ୍ଦ୍ରକୁ ଦେଲେ କଡ଼ା ଚେତାବନୀ

ଭୁବନେଶ୍ୱର,୧୨/୩(ସତ୍ୟପାଠ ବ୍ୟୁରୋ):  ସିଟିଜେନ୍ ଆମେଣ୍ଡମେଣ୍ଟ ଆକ୍ଟ(ସିଏଏ) ବା ନାଗରିକତା ସଂଶୋଧନ ଆଇନର ବିଜ୍ଞପ୍ତି ପ୍ରକାଶ ପାଇବା ପରେ କେନ୍ଦ୍ର ସରକାରଙ୍କୁ କଡ଼ା ଚେତାବନୀ ଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏହା ବିଜେପିର ନିର୍ବାଚନୀ ଚାଲ। ଯଦି ସିସିଏରେ ଥିବା କୌଣସି ନିୟମ ଲୋକଙ୍କ ମଧ୍ୟରେ ପକ୍ଷପାତିତା କରୁଥିବ, ତା’ହେଲେ ଏହାକୁ ସେ ଦୃଢ଼ ଭାବେ ବିରୋଧ କରିବେ ବୋଲି ସେ କହିଛନ୍ତି।

ଗତକାଲି ଗୃହ ମନ୍ତ୍ରଣାଳୟ ପକ୍ଷରୁ ସିଏଏ ଲାଗୁ ହେବା ନେଇ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ମମତା ବାନାର୍ଜୀ ତରବରିଆ ଭାବେ ଗୋଟିଏ ସାମ୍ବାଦିକ ସମ୍ମିଳନୀ ଡାକିଥିଲେ।

ରାଜ୍ୟ ସଚିବାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦିଦି କହିଛନ୍ତି, “ଏହା ବିଜେପିର ନିର୍ବାଚନୀ ଚାଲ। ଯଦି ନିୟମରେ ପକ୍ଷପାତିତା ରହିଥିବ, ତା’ହେଲେ ଆମେ ଏହାକୁ ଗ୍ରହଣ କରିବୁ ନାହିଁ। ଜାତି, ଧର୍ମ ଓ ଲିଙ୍ଗଗତ ଦୃଷ୍ଟିରୁ ଯଦି ପାତରଅନ୍ତର କରାଯାଇଥିବ, ତା’ହେଲେ ଆମେ ଏହାକୁ ବିରୋଧ କରିବୁ। ସେମାନେ ୨ ଦିନ ଭିତରେ କାହାକୁ ବି ନାଗରିକତା ପ୍ରଦାନ କରିପାରିବେ ନାହିଁ। ଏହା କେବଳ ଲଲିପପ ଓ ଲୋକ ଦେଖାଣିଆ କାମ।”

୨୦୧୯ରେ ନାଗରିକତା ସଂଶୋଧନ ଆଇନ ମାନ୍ୟତା ପାଇଥିଲେ ମଧ୍ୟ ଦେଶରେ ଅଦ୍ୟାବଧି ପ୍ରଣୟନ ହୋଇପାରିନଥିଲା। ସାଧାରଣ ନିର୍ବାଚନକୁ କିଛି ଦିନ ଥିବାବେଳେ ହଠାତ୍‌ ଏହାପୂର୍ବରୁ କେନ୍ଦ୍ର ସରକାର ସିଏଏ ନିୟମ ଲାଗୁ କରିଛନ୍ତି।

Related Posts