କ୍ୟାମେରାମ୍ୟାନ ମାନସ ହତ୍ୟା ମାମଲା; କ୍ରାଇମ ରିକ୍ରିଏସନ ସମୟରେ କାନ୍ଦି ପକାଇଥିଲେ ଶର୍ମିଷ୍ଠା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କ୍ୟାମେରାମ୍ୟାନ ମାନସ ହତ୍ୟା ମାମଲାରେ ଦିନକୁ ଦିନ ନୂଆ ଟ୍ୱିଷ୍ଟ ସାମ୍ନାକୁ ଆସିବାରେ ଲାଗିଛି । ଏହା ମଧ୍ୟରେ କ୍ରାଇମ ରିକ୍ରିଏସନ ସମୟରେ କାନ୍ଦି ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ କାନ୍ଦି ପକାଇଥିବାର କଥା ସାମ୍ନାକୁ ଆସିଛି । ତେବେ କ୍ରାଇମବ୍ରାଞ୍ଚର ଏକ ସ୍ବତନ୍ତ୍ର ଟିମ୍ ଆଜି ଉଭୟ ଶର୍ମିଷ୍ଠା ରାଉତ ଓ ନିରଞ୍ଜନ ସେଠୀଙ୍କୁ ସଂପୂର୍ଣ୍ଣ କାର୍ୟ୍ୟାଳୟକୁ ନେଇ ଯାଇଥିଲେ। ସେଠାରେ ଶର୍ମିଷ୍ଠା ଓ ନିରଞ୍ଜନଙ୍କ ସିନ୍ ରିକ୍ରିଏଟ୍ କରାଯାଇଥିଲା। ଏହି ସମୟରେ ଅଭିଯୁକ୍ତ ଶର୍ମିଷ୍ଠା ଓ ନିରଞ୍ଜନ ହତ୍ୟାର ଡେମୋ ଦେଖାଇଥିଲେ। କ୍ରାଇମ୍ ରିକ୍ରିଏସନ୍ ସମୟରେ ଶର୍ମିଷ୍ଠା କାନ୍ଦି ପକାଇଥିଲେ। କ୍ରାଇମ୍ ସିନ ରିକ୍ରିଏସନ ପରେ ନିରଞ୍ଜନଙ୍କୁ କଟକସ୍ଥିତ କ୍ରାଇମ୍ବ୍ରାଞ୍ଚର ମୁଖ୍ୟ କାର୍ୟ୍ୟାଳୟକୁ ନିଆଯାଇଥିଲା। ଅପରପକ୍ଷେ ଶର୍ମିଷ୍ଠାଙ୍କୁ ତାଙ୍କର ଫ୍ଲାଟକୁ ନିଆଯାଇଥିଲା। କ୍ରାଇମ୍ବ୍ରାଞ୍ଚର କର୍ମଚାରୀମାନେ ତାଲାଭାଙ୍ଗି ଶର୍ମିଷ୍ଠାଙ୍କ କାର୍ୟ୍ୟାଳୟକୁ ପ୍ରବେଶ କରିଥିଲେ। ମାନସଙ୍କୁ ହତ୍ୟା କରିବା ପରେ ଅଭିଯୁକ୍ତମାନେ ସମସ୍ତେ ତରବର ହୋଇ ପଳାୟନ କରିଥିଲେ। ଫଳରେ କାର୍ୟ୍ୟାଳୟ ଭିତରେ ଶର୍ମିଷ୍ଠାଙ୍କର ମୋବାଇଲ ରହିଯାଇଥିଲା।

କ୍ରାଇମବ୍ରାଞ୍ଚ ଆଜି ଶର୍ମିଷ୍ଠାଙ୍କୁ ଫ୍ଲାଟ ଭିତରେ ଅନେକ କଥା ପଚାରିଛି। ମାନସ ସ୍ବାଇଁଙ୍କୁ କେମିତି ଅପହରଣ କରାଗଲା? କେମିତି ହତ୍ୟା କରାଗଲା ଓ କେମିତି ପ୍ରମାଣ ନଷ୍ଟ କରିବା ପାଇଁ ଶବକୁ ପୋତି ଦିଆଗଲା? ଗୋଟି ଗୋଟି କରି କ୍ରାଇମବ୍ରାଞ୍ଚ ଟିମ୍ ଆଗରେ ବର୍ଣ୍ଣନା କରିବା ସହ ନିଜର ଦୋଷ ସ୍ବୀକାର କରିଛି ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ। ଅପହରଣ କରାଯାଇଥିବା ସ୍ଥଳ ଚାନ୍ଦବାଲି ପଳାସପୁର ଠାରୁ ଆରମ୍ଭ କରି ହତ୍ୟାକାଣ୍ଡ ସ୍ଥଳ ଦୟାଲ ଆଶ୍ରମ ଓ ମୃତଦେହ ପୋତା ଯାଇଥିବା ନୟାଗଡ଼ ରଣପୁର ବଧିପାଟଣାରେ ଆଜି ସକାଳୁ ପ୍ରାୟ ୪ ଶହ କିଲୋମିଟର ବୁଲି କ୍ରାଇମ ସିନ୍ ରିକ୍ରିଏସନ୍ କରାଇଛି ତଦନ୍ତକାରୀ ଟିମ୍। ଯେତେବେଳେ ହତ୍ୟାକାଣ୍ଡ ସ୍ଥଳ ‘ଦୟାଲ’ ଆଶ୍ରମରେ ଶର୍ମିଷ୍ଠା ପହଞ୍ଚିଥିଲା ସେତେବେଳେ ଭୋ ଭୋ ହୋଇ କାନ୍ଦି ବଖାଣିଥିଲା ପୂରା ଘଟଣା। ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।

Related Posts