ବଦଳିଲା କ୍ୟାପିଟାଲ ହସ୍ପିଟାଲର ଓପିଡି ସମୟ: ଡିସେମ୍ବର ପହିଲାରୁ ସକାଳ ୯ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଖୋଲା

ଭୁବନେଶ୍ବର: ବଦଳିଲା କ୍ୟାପିଟାଲ ହସ୍ପିଟାଲର ଓପିଡି ସମୟ। ଡିସେମ୍ବର ପହିଲାରୁ ଲାଗୁ ହେବ ଏହି ସମୟ । ସକାଳ ୯ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଓପିଡି ଖୋଲା ରହିବ । ହସ୍ପିଟାଲ ପରିସରରେ ପିଜିଆଇ ନିର୍ଦ୍ଦେଶିକା ଓ ହସ୍ପିଟାଲ ନିର୍ଦ୍ଦେଶକ ସମସ୍ତ ବିଭାଗର ମୁଖ୍ୟଙ୍କ ସହ ଆଲୋଚନା କରି ଏହି ନିଷ୍ପତ୍ତି ନିଆଯାଇଛି।

ସୂଚନାନୁସାରେ, ଏନ୍‌ଏମ୍‌ସି ଗାଇଡଲାଇନ୍‌ ଅନୁସାରେ କ୍ୟାପିଟାଲ ହସ୍ପିଟାଲର ଓପିଡି ସମୟ ପରିବର୍ତ୍ତନ ପାଇଁ ସ୍ବାସ୍ଥ୍ୟ ବିଭାଗ ତରଫରୁ ଚିଠି କରାଯାଇଥିଲା।

ଏହାପରେ କ୍ୟାପିଟାଲ ହସ୍ପିଟାଲ ପକ୍ଷରୁ ଏକ ବୈଠକ ଆୟୋଜନ କରାଯାଇ ଏହି ନିଷ୍ପତ୍ତି ନିଆଯାଇଛି। ନିଷ୍ପତ୍ତି ଅନୁଯାୟୀ ସକାଳ ୯ ଟାରୁ ଓପିଡି ଆରମ୍ଭ ହେବ। ପରେ ମଧ୍ୟାହ୍ନ ୧ଟା ରୁ ୨ଟା ମଧ୍ୟାହ୍ନ ଭୋଜନ ବିରତି ପରେ ଅପରାହ୍‌ଣ ୨ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଖୋଲା ରହିବ। ସେହିପରି ପଞ୍ଜୀକରଣ କାଉଣ୍ଟର୍‌ ଓପିଡି ସମୟର ଅଧଘଣ୍ଟା ପୂର୍ବରୁ ଅର୍ଥାତ୍ ସକାଳ ୮ଟା ୩୦ରୁ, ଦିନ ୧୨ଟା ୩୦ ଓ ୧ ଟା ୩୦ ରୁ ୪ଟା ୩୦ ପର୍ଯ୍ୟନ୍ତ ଖୋଲା ରହିବ। ନମୁନା ସଂଗ୍ରହ କେନ୍ଦ୍ର ମଧ୍ୟ ଓପିଡି ସମୟରେ ଖୋଲା ରହିବ। ପୂର୍ବବତ୍‌ ଜରୁରୀକାଳୀନ ବିଭାଗ ୨୪ ଘଣ୍ଟା ଖୋଲା ରହିବ ବୋଲି ଆଜିର ବୈଠକରେ ନିଷ୍ପତ୍ତି ନିଆଯାଇଛି

Related Posts