(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ପଶ୍ଚିମବଙ୍ଗ ନିର୍ବାଚନର ପରବର୍ତ୍ତୀ ହିଂସା ମାମଲାରେ ସିବିଆଇ ପକ୍ଷରୁ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ତେବେ ଏହି ମାମାଲାକୁ ନେଇ ବର୍ତ୍ତମାନ ସୁଦ୍ଧା ସିବିଆଇ ମୋଟ ୯ଟି ମାମଲା ରୁଜୁ କରିସାରିଛି । ଏହା ସହ ସିବିଆଇ ଚାରଟି ୟୁନିଟକୁ କଲିକତା ଠାରୁ ସମ୍ପୃକ୍ତ ଅପରାଧ ସ୍ଥାନକୁ ପଠାଇଥିବାର ସୂଚନା ମିଳିଛି । କେବଳ ଏତିକି ନୁହେଁ ବରଂ ଆହୁରି କିଛି ମାମଲା ପଞ୍ଜିକରଣ ପ୍ରକ୍ରିୟାରେ ଅଛି ଏବଂ ସେଥିମଧ୍ୟରୁ କିଛି ରାଜ୍ୟ ସରକାର ହସ୍ତାନ୍ତର କରିଛନ୍ତି। ଚଳିତ ବର୍ଷ ଆରମ୍ଭରେ ପଶ୍ଚିମବଙ୍ଗରେ ଅନୁଷ୍ଠିତ ବିଧାନସଭା ନିର୍ବାଚନ ପରେ କଲିକତା ହାଇକୋର୍ଟର ଏକ ପାଞ୍ଚ ଜଣିଆ ଖଣ୍ଡପୀଠ ବାକ୍ଯୁଦ୍ଧ ଓ ହତ୍ୟା ମାମଲାର ତଦନ୍ତ ପାଇଁ ସିବିଆଇକୁ ହସ୍ତାନ୍ତର କରିଛନ୍ତି । ଅପରିପକ୍ଷେ ଅଗଷ୍ଟ ୧୯ ତାରିଖରେ କଲିକତା ହାଇକୋର୍ଟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ବଡ ଝଟକା ଦେଇଥିଲେ । ତେବେ ନିର୍ବାଚନର ପରବର୍ତ୍ତୀ ହିଂସା ଘଟଣାର ତଦନ୍ତ କରିବାକୁ ହାଇକୋର୍ଟ ସିବିଆଇକୁ ନିର୍ଦ୍ଦେଶ ଦେଇଥିଲେ ।
ଏହା ସହ କେବଳ କୋର୍ଟଙ୍କ ତତ୍ତ୍ୱାବଧାନରେ ସିବିଆଇ ତଦନ୍ତ କରିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । କେବଳ ଏତିକି ନୁହେଁ ବରଂ ନିର୍ବାଚନ ପରର ହତ୍ୟା ଘଟଣାର ଯାଞ୍ଚ ସିବିଆଇ କରୁଥିବା ବେଳେ ଅନ୍ୟାନ୍ୟ ମାମଲା ଏସଆଇଟି ଦ୍ୱାରା ଯାଞ୍ଚ କରାଯିବ ବୋଲି ସ୍ପଷ୍ଟ କରିଥିଲେ । ଅନ୍ୟପଟେ ମାନବ ଅଧିକାର ଆୟୋଗ ହାଇକୋର୍ଟରେ ସିବିଆଇ ଯାଞ୍ଚ ପାଇଁ ସୁପାରିଶ କରିଥିଲେ । ଏହା ସହ ମାନବ ଅଧିକାର ଆୟୋଗର ଅନୁସନ୍ଧାନ କମିଟି ଏହାର ରିପୋର୍ଟରେ ମମତା ବାନାର୍ଜୀ ସରକାରଙ୍କୁ ଦୋଷୀ ସାବ୍ୟସ୍ତ ମଧ୍ୟ କରିଥିଲେ । ମିଳିଥିବା ସୂଚନା ଅନୁସାରେ ଆୟୋଗ ଏହି ରିପୋର୍ଟରେ ଉଲ୍ଲେଖ କରିଥିଲେ ଯେ ବଳାତ୍କାର ଓ ହତ୍ୟା ଭଳି ମାମଲା ସିବିଆଇ ଦ୍ୱାରା ଯାଞ୍ଚ କରାଯାଉ ଏବଂ ଏହି ମାମାଲାର ଶୁଣାଣି ପଶ୍ଚିମବଙ୍ଗ ବାହାରେ କରାଯିବା ଉଚିତ । ଅପରିପକ୍ଷେ ଅନ୍ୟ ମାମଲାର ତଦନ୍ତ ଏକ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ ଦ୍ୱାରା କରାଯିବା ଉଚିତ୍ ବୋଲି ମାନବ ଅଧିକାର ଆୟୋଗ ତାଙ୍କ ରିପୋର୍ଟରେ ଦର୍ଶାଇଥିଲେ ।





