ଭୁବନେଶ୍ୱର,13/1(ସତ୍ୟପାଠ ବ୍ୟୁରୋ): କେନ୍ଦ୍ର ସରକାର ରାଜ୍ୟକୁ ମାଗଣା ଚାଉଳ ଦେଉଛନ୍ତି। ଏ ନେଇ ଯେଉଁମାନେ ଭ୍ରମ ସୃଷ୍ଟି କରୁଛନ୍ତି, ମୁଁ ସେମାନଙ୍କୁ ଚାଲେଞ୍ଜ କରୁଛି। ବାଲେଶ୍ୱରରେ ନୂଆ ଷ୍ଟେସନ ଓ ମେମୁ ଟ୍ରେନର ଲୋକାର୍ପଣ ସମୟରେ ଏହିଭଳି କହିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।
ଆଜି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ବାଲେଶ୍ୱରରେ ନୂଆ ଷ୍ଟେସନ ଓ ମେମୁ ଟ୍ରେନର ଲୋକାର୍ପଣ କରିଛନ୍ତି। ବାଲେଶ୍ୱର ଜିଲ୍ଲା ଗୋପୀନାଥପୁର ରେଳ ଷ୍ଟେସନ୍ର ଲୋକାର୍ପଣ କରିଥିବା ବେଳେ, ସେ ନୀଳଗିରି-ବାଲେଶ୍ୱର ମେମୁ ଟ୍ରେନ୍ରର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ରେଳମନ୍ତ୍ରୀ କହିଛନ୍ତି ଯେ ନୀଳଗିରିବାସୀଙ୍କ ଦୀର୍ଘ ବର୍ଷର ସ୍ବପ୍ନ ପୁରା ହୋଇଛି। ବାଲେଶ୍ଵର – ଗୋପୀନାଥପୂର୍ ନୀଳଗିରି ମେମୁ ଟ୍ରେନ ଚାଲିଛି। ଏହି ଟ୍ରେନରେ ୮ଟି ବଗି ରହିଥିବା ବେଳେ ମୋଟ୍ ୧୬ କିଲୋମିଟର ଏହି ଟ୍ରେନ ଚଳାଚଳ କରିବ। ଏହି ଟ୍ରେନରେ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ବଗି ରହିଛି। ତିନିଟି ମେମୁ ଟ୍ରେନ୍ ପ୍ରତିଦିନ ଏହି ଲାଇନରେ ଚାଲିବ। ଏହାସହ ନୀଳଗିରିରୁ ବେତନଟୀ ରେଳ ଲାଇନ ପାଇଁ ସର୍ଭେ ଆରମ୍ଭ ହୋଇଛି। ସେହିପରି ଜଳେଶ୍ୱରରୁ ଚନ୍ଦନେଶ୍ୱର ରେଳ ଲାଇନ ପାଇଁ ଡିପିଆର ଆରମ୍ଭ ହୋଇଛି।
ଏହି ଅବସରରେ ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ କେନ୍ଦ୍ର ସରକାର ମାଗଣା ଚାଉଳ ରାଜ୍ୟକୁ ଦେଉଛନ୍ତି। ଯେଉଁମାନେ ଏନେଇ ଆପଣଙ୍କୁ ଭ୍ରମରେ ପକାଉଛନ୍ତି, ସେମାନଙ୍କୁ ମୁଁ ଚ୍ୟାଲେଞ୍ଜ କରୁଛି। କୌଣସି ଭ୍ରମରେ ରହିବେ ନାହିଁ। ମୋଦୀ ଯେଉଁ କାମ ହାତକୁ ନିଅନ୍ତି, ତାକୁ ସଂପୂର୍ଣ୍ଣ କରନ୍ତି। ବାଲେଶ୍ବରରେ ରେଳର ବିକାଶଲାଗି ସମସ୍ତ ପ୍ରକାରର ପ୍ରଚେଷ୍ଟା ଚାଲିଛି। ଖନ୍ତାପଡ଼ାରେ ରେଲୱେ ଓଭରବ୍ରିଜ୍ ନିର୍ମାଣ ହେବ ବୋଲି ସେ ଘୋଷଣା କରିଛନ୍ତି।





