ବେସରକାରୀ ମେଡିକାଲ୍‌ କଲେଜ୍‌କୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ବେସରକାରୀ କଲେଜ ରେ ଲାଗୁ ହେବ ସରକାରୀ ଫି

ବେସରକାରୀ ମେଡିକାଲ୍‌ କଲେଜ୍‌କୁ ନେଇ କେନ୍ଦ୍ର ସରକାର ବଡ଼ ଘୋଷଣା କରିଛନ୍ତି। ବେସରକାରୀ କଲେଜ ରେ ଅଧା ସରକାରୀ ଫି ଲାଗୁ କରିବାକୁ ନିଷ୍ପତି ନେଇଛନ୍ତି । ଅର୍ଥାତ୍ ଦେଶର ସମସ୍ତ ବେସରକାରୀ ବା ପ୍ରାଇଭେଟ୍‌ ମେଡିକାଲ୍‌ କଲେଜ୍‌ର ଅଧା ସିଟ୍‌ ପାଇଁ ସରକାରୀ କଲେଜ୍‌ରେ ପାଠ ପଢ଼ିବା ପାଇଁ ହେଉଥିବା ଖର୍ଚ୍ଚ ଲାଗିବ । ସରକାରୀ କଲେଜ୍‌ରେ ଧାର୍ଯ୍ୟ ଫିସ୍‌ ଅନୁସାରେ ପ୍ରାଇଭେଟ୍‌ କଲେଜ୍‌ ଅଧା ଛାତ୍ରଛାତ୍ରୀଙ୍କ ଠାରୁ ଅର୍ଥ ନେବେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ୍‌ କରି ଏହି ସୂଚନା ଦେଇଛନ୍ତି । ଟ୍ୱିଟ୍‌ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ମେଡିକାଲ୍‌ ଛାତ୍ରଛାତ୍ରୀଙ୍କ ପାଇଁ କିଛିଦିନ ପୂର୍ବରୁ ସରକାର ଏକ ବଡ଼ ନିଷ୍ପତ୍ତି ନେବାକୁ ଚିନ୍ତା କରୁଥିଲେ । ଏପରି ଏକ ଯୋଜନା କରିଯିବା ଦରକାର ଯେଉଁଥିରେ ଗରିବ ଏବଂ ମଧ୍ୟମ ବର୍ଗୀୟ ଛାତ୍ରଛାତ୍ରୀଙ୍କୁ ଲାଭ ମିଳିବ । ଆମେ ଯୋଜନା କରିଛୁ ଯେ ପ୍ରାଇଭେଟ୍‌ ମେଡିକାଲ୍‌ କଲେଜ୍‌ର ଅଧା ସିଟ୍‌ ପାଇଁ ଫିସ୍‌ ସରକାରୀ ମେଡିକାଲ୍‌ କଲେଜ୍‌ର ଧାର୍ଯ୍ୟ ଫିସ୍‌ ଅନୁଯାୟୀ ଲାଗୁ କରାଯିବ ।

ତେବେ କିଛି ମାସଧରି ମେଡିକାଲ୍‌ କଲେଜ୍‌ର ଫିସ୍‌କୁ ନେଇ ବିରୋଧ କରାଯାଉଥିଲା । ଅଭିଭାବକ ଏବଂ ଛାତ୍ରଛାତ୍ରୀ ଲଗାତାର ମେଡିକାଲ୍‌ କଲେଜ୍‌ର ଫିସ୍‌କୁ କମ୍‌ କରିବା ପାଇଁ ଦାବି କରିଆସୁଥିଲେ । ତେବେ ଏହାରି ମଧ୍ୟରେ ସରକାର ଙ୍କ ପକ୍ଷରୁ ଏହି ନିଷ୍ପତି ନିଆଯାଇଛି । ଫଳରେ ଏହି ନିୟମ ଲାଗୁ ହେବା ଫଳରେ ମେଡିକାଲ ପଢ଼ିବା ପାଇଁ ଇଛୁକ ଥିବା ଛାତ୍ରଛାତ୍ରୀ ଙ୍କୁ ସହଯୋଗ କରିବ ।

Related Posts