ସୋସିଆଲ ମିଡ଼ିଆକୁ କେନ୍ଦ୍ର ସରକାରଙ୍କ ଚେତାବନୀ; ଭାରତ ବିରୋଧୀ ପ୍ରଚାର ପ୍ରସାର କଲେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ; ଅନୁରାଗ ଠାକୁର

ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ଭାରତ ବିରୋଧୀ ପ୍ରଚାର ଏବଂ ମିଥ୍ୟା ଖବର ପ୍ରସାରଣ କରିବା ଏଣିକି ମହଙ୍ଗା ପଡ଼ିପାରେ । କିଛି ଦିନ ପୂର୍ବରୁ ଏନେଇ ୨୦ଟି ୟୁଟ୍ୟୁବ ଚ୍ୟାନେଲ ଏବଯ ଦୁଇଟି ୱେବସାଇଟକୁ ବ୍ୟାନ କରାଯାଇଥିଲା । ଏହା ମଧ୍ୟରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ବଡ଼ ବୟାନ ଦେଇଥିବାର ଦେଖିବାକୁ ମିଳିଛି । ତେବେ ଦେଶ ବିରୁଦ୍ଧରେ ଏପରି ଷଡ଼ଯନ୍ତ୍ରକାରୀଙ୍କ ବିରୋଧରେ ସରକାର ଏପରି କାର୍ଯ୍ୟ ଜାରି ରଖିବେ । ମୁଁ ଏପରି ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛି । ମୁଁ ଖୁସି ଯେ ବିଶ୍ୱର ଅନେକ ବଡ଼ ଦେଶ ଏହା ବିଷୟରେ ଜାଣିଛନ୍ତି ।

ୟୁଟ୍ୟୁବ୍ ମଧ୍ୟ ଆଗକୁ ଆସି ସେମାନଙ୍କୁ ଅବରୋଧ କରିବା ପାଇଁ ପଦକ୍ଷେପ ନେଇଥିଲା ବୋଲି କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି । ଅନ୍ୟପଟେ ଗତବର୍ଷ ଡିସେମ୍ବରରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଗୁପ୍ତଚର ଏଜେନ୍ସିମାନଙ୍କ ସହ ସମନ୍ୱିତ ପ୍ରୟାସରେ ଭାରତ ବିରୋଧୀ ପ୍ରଚାର ଏବଂ ମିଥ୍ୟା ଖବର ପ୍ରଚାର ପାଇଁ ୨୦ ଟି ୟୁଟ୍ୟୁବ ଚ୍ୟାନେଲ ଏବଂ ଦୁଇଟି ୱେବସାଇଟକୁ ବ୍ୟାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ସେପଟେ ଭବିଷ୍ୟତରେ ଷଡଯନ୍ତ୍ର, ମିଥ୍ୟା ପ୍ରଚାର ଏବଂ ସମାଜକୁ ବିଭାଜନ କରିବା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

Related Posts