କେନ୍ଦୁଝରର ପୂର୍ବତନ ଉପ-ନଗରପାଳ ସରୋଜ ସାହୁଙ୍କ ଘରେ ସେଣ୍ଟ୍ରାଲ ଜିଏସଟି ଟିମର ଚଢ଼ାଉ

କେନ୍ଦୁଝର: ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ କେନ୍ଦୁଝର ଗଡ ପୌରପାଳିକାର ପୂର୍ବତନ ଉପ-ନଗରପାଳ ତଥା ବ୍ୟବସାୟୀ ସରୋଜ ସାହୁଙ୍କ ଘରେ ସେଣ୍ଟ୍ରାଲ ଜିଏସଟି ଟିମର ଚଢ଼ାଉ। କଡା ସୁରକ୍ଷା ମଧ୍ୟରେ ଚଢାଉ ଚାଲିଥିବା। ବେଳେ ସରୋଜ ଅଫିସ ଓ ଘରେ ଚଢ଼ାଉ ହୋଇଛି ।

କେଉଁ କେଉଁ ଦିଗରେ ଚଢ଼ାଉ ଚାଲିଛି ଓ କଣ କଣ ଅନିୟମିତତା ବର୍ତ୍ତମାନ ସୁଦ୍ଧା ଧରାପଡିଛି ତାହା ଜଣା ପଡିନାହିଁ । ସରୋଜ ଜଣେ ସାଧାରଣ ପରିବାରର ଲୋକ । କିଛି ବର୍ଷ ପୂର୍ବେ ସେ ଚମ୍ପୁଆର ପୂର୍ବତନ ବିଧାୟକ ସନାତନ ମହାକୁଡ଼ ସଂସ୍ପର୍ଶରେ ଆସିଥିଲେ ଓ ଅଳ୍ପ ଦିନ ମଧ୍ୟରେ ସନାଙ୍କର ଅତି ଘନିଷ୍ଠ ସହଯୋଗୀ ବନିଯାଇଛନ୍ତି । ଏହାସହ ଅଳ୍ପ ଦିନ ମଧ୍ୟରେ ସରୋଜ ବିନିଯାଇଛନ୍ତି କୋଟିପତି ।

ଆଜି ତାଙ୍କ ଓ ତାଙ୍କ ପରିବାର ସଦସ୍ୟଙ୍କ ନାରେ ରହିଛି କୋଟି କୋଟି ଟଙ୍କାର ଏକାଧିକ ପ୍ଳଟ ଓ ଗାଡି । ଆହୁରି ମଧ୍ୟ ସେ ଏକ କଲ୍ୟାଣ ମଣ୍ଡପ ନିର୍ମାଣ କରୁଥିବା ସହ ଏକ ପ୍ଳାଣ୍ଟ କିଣିବାର ଯୋଜନା ଚାଲିଥିବା ବିଶ୍ଵସ୍ତ ସୂତ୍ରରୁ ପ୍ରକାଶ ।

ତେବେ ଚଢ଼ାଉ ସମୟରେ କେତେ କଣ ସଂପତ୍ତି ଠାବ ହୋଇଚି ସେନେଇ କିଛି ସୂଚନା ମିଳିନାହିଁ।

Related Posts