ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ସରଳ ବାସ୍ତୁ ଶାସ୍ତ୍ରୀ ଚନ୍ଦ୍ରଶେଖର ଗୁରୁଜୀଙ୍କୁ ଛୁରୀ ଭୁଶି ହତ୍ୟା । ତେବେ କର୍ଣ୍ଣାଟକର ହୁବଲି ଜିଲ୍ଲାର ଏକ ହୋଟେଲରେ ସରଳ ବାସ୍ତୁଶାସ୍ତ୍ରୀ ଚନ୍ଦ୍ରଶେଖର ଗୁରୁଜୀଙ୍କୁ ଛୁରୀ ଭୁଶି ହତ୍ୟା କରାଯାଇଛି । ଗୁରୁଜୀ କାହା ସହ ଭେଟ କରିବା ପାଇଁ ପ୍ରେସିଡେଣ୍ଟ ହୋଟେଲକୁ ଆସିଥିବା ପୋଲିସ ସନ୍ଦେହ କରୁଛି। ସିସିଟିଭ ଫୁଟେଜରେ ଦୁଇ ଜଣ ଦୁର୍ବୃତ୍ତ ହୋଟେଲର ରିସେପସନରେ ଗୁରୁଜୀଙ୍କୁ ଛୁରୀ ଭୁଶୁଥିବା ଦେଖିବାକୁ ମିଳୁଛି ।
ଘଟଣା ପରେ ହୋଟଲରେ ଆତଙ୍କର ମାହୋଲ ସୃଷ୍ଟି ହୋଇଥିଲା। ଅନ୍ୟପଟେ ପୋଲିସ ଫେରାର ଦୁଇ ହତ୍ୟାକାରୀଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢଉ କରୁଛି। ହତ୍ୟାକାଣ୍ଡର ଖବର ପାଇ ହୁବଲି ପୋଲିସ କମିଶନର ଲାଭୁ ରାମ ଘଟଣା ସ୍ଥଳରେ ପହଞ୍ଚିଥିଲେ। ପୋଲିସ କମିଶନର କହିଛନ୍ତି, ମୋବାଇଲ ନେଟୱାର୍କ ଆଧାରରେ ପୋଲିସ ହତ୍ୟାକାରୀଙ୍କ ସମ୍ପର୍କରେ ତଥ୍ୟ ଏକାଠି କରୁଛି। ତଦନ୍ତ ପରେ ହତ୍ୟା ପଛର କାରଣ ସ୍ପଷ୍ଟ ହେବ। ପରିବାର ଲୋକଙ୍କ ବୟାନ ମଧ୍ୟ ରେକର୍ଡ କରାଯାଉଥିବା ସେ କହିଛନ୍ତି।





