ଜନ୍ମ ମାଟିରେ ମୁଖ୍ୟମନ୍ତ୍ରୀ; ଘଟଗାଁରେ କଲେ ରୋଡ୍ ଶୋ’

ଭୁବନେଶ୍ୱର,23/6(ସତ୍ୟପାଠ ବ୍ୟୁରୋ): ନିଜ ମାଟିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଦୁଇ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ। କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଆ ତାରିଣୀଙ୍କୁ ଦର୍ଶନ କରିବେ। ଏଥିପାଇଁ ଘଟଗାଁ ହେଲିପ୍ୟାଡ୍‌ରେ ପହଞ୍ଚିବା ପରେ ବିଶାଳ ରୋଡ୍ ଶୋ’ କରିଥିଲେ ମୁଖ୍ୟମନ୍ତ୍ରୀ। ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଲୋକେ ମୁଖ୍ୟମନ୍ତ୍ରୀଙ୍କ ଗୋଟିଏ ଝଲକ ଦେଖିବାକୁ ଅପେକ୍ଷା କରି ରହିଥିଲେ।

ଏହାପରେ ମୁଖ୍ୟମନ୍ତ୍ରୀ କେନ୍ଦୁଝର ବଳଦେବ ଜୀଉଙ୍କୁ ଦର୍ଶନ କରିବେ। ପରେ କେନ୍ଦୁଝରରେ ରୋଡ୍ ଶୋ’ ଓ ସାଧାରଣ ସଭାର କାର୍ଯ୍ୟକ୍ରମ ରହିଛି। ଆସନ୍ତାକାଲି ନିଜ ଗାଁ ରାଇକଳାକୁ ଯିବେ ସିଏମ୍, ସେଠି ନିଜ ଘରେ ମଧ୍ୟାହ୍ନ ଭୋଜନ କରିବେ। ସାଧାରଣଜନତାଙ୍କ ସହ ଆଲୋଚନା କରିବେ।

Related Posts