ୟୁକ୍ରେନ ଫେରନ୍ତା ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ୟୁକ୍ରେନ ଫେରନ୍ତା ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠି ଲେଖିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ”ୟୁକ୍ରେନ ସଙ୍କଟ ଯୋଗୁଁ ବହୁ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ବ୍ୟାଘାତ ହୋଇଛି ଫଳରେ ସେମାନଙ୍କ ଭବିଷ୍ୟତ କୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା ପ୍ରଦାନ କରିବା ପାଇଁ ଚିଠି ରେ ଉଲ୍ଲେଖ କରିଛନ୍ତି । ଦେଶର ମେଡ଼ିକାଲ କଲେଜରେ ସେମାନଙ୍କ ପାଠପଢ଼ା ବ୍ୟବସ୍ଥା କରାଯାଉ। ଏନେଇ ଜାତୀୟ ମେଡ଼ିକାଲ କମିଶନ ଓ ମନ୍ତ୍ରଣାଳୟ ନିଷ୍ପତ୍ତି ନେଉ” । ମୋଦୀଙ୍କୁ ତୁରନ୍ତ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି ନବୀନ।

ସୂଚନା ଥାଉକି ଓଡ଼ିଶାର ବହୁ ଛାତ୍ରଛାତ୍ରୀ ଡାକ୍ତରୀ ପାଠ ପଢ଼ିବା ପାଇଁ ୟୁକ୍ରେନ ଯାଇଥିଲେ । ସେଠାରେ ଭୟଙ୍କର ଯୁଦ୍ଧ ପରିସ୍ଥିତି ଉପୁଜିବାରୁ ସେମାନେ ସେଠାରୁ ଫେରିଆସିଛନ୍ତି । ଭାରତ ସରକାରଙ୍କର ଅପରେଶନ ଗଙ୍ଗା ଦ୍ୱାରା ବର୍ତ୍ତମାନ ସୁଦ୍ଧା ୨୦୦ ଓଡ଼ିଆ ଛାତ୍ରଛାତ୍ରୀ ଓଡ଼ିଶାରେ ଆସି ସୁରକ୍ଷିତ ଭାବରେ ପହଞ୍ଚିପାରିଛନ୍ତି । ଏଥିସହ ଆଉ ଫସି ରହିଥିବା ଛାତ୍ରଛାତ୍ରୀଙ୍କ ଉଦ୍ଧାର ନିମନ୍ତେ ପ୍ରୟାସ ଜାରି ରହିଛି।

Related Posts