ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଆଜି ହେଉଛି ସ୍ୱଚ୍ଛ ବାୟୁ ଦିବସ । ଏହାକୁ ଦୃଷ୍ଟିରେ ରଖି ରାଜଧାନୀରେ ଆରମ୍ଭ ହେଉଛି ମାଗଣା ଇ-ବସ ସେବା । ପରିବେଶକୁ ସ୍ୱଚ୍ଛ ଓ ନିର୍ମଳ କରିବା ପାଇଁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। CRUT ପକ୍ଷରୁ ଭୁବନେଶ୍ବରରେ ଗଡୁଥିବା ୫୦ଟି ମୋ ଇ-ବସ୍ ଓ ୫୦ଟି ଇ-ରିକ୍ସାରେ ମାଗଣାରେ ଯାତ୍ରୀ ଯାଇପାରିବେ । ଏନେଇ ଭୁବନେଶ୍ୱର ମେୟର ସୁଲୋଚନା ଦାସ ଘୋଷଣା କରିଛନ୍ତି।
ଯାତ୍ରୀମାନେ ଆଜି ମାଗଣାରେ ଯାତ୍ରା କରିପାରିବେ। ଭୁବନେଶ୍ୱରରେ ୧୦ଟି ରୁଟ୍ରେ ଏବେ ୫୦ଟି ଇ-ବସ୍ ଓ ୫୦ଟି ଇ-ରିକ୍ସା ଚଳାଚଳ କରୁଛି । ପରିବେଶକୁ ସ୍ବଚ୍ଛ ଓ ପ୍ରଦୂଷଣ ରୋକିବା ପାଇଁ ବିଏମସି, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ମିଳିତ ସହଯୋଗରେ ସ୍ବଚ୍ଛ ବାୟୁ ଦିବସ ଓ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି।





