ଭୁବନେଶ୍ୱର,୧୫/୨(ସତ୍ୟପାଠ ବ୍ୟୁରୋ): ତାମିଲନାଡୁର କୋଏମ୍ବାଟୁର ବିସ୍ଫୋରଣ ଘଟଣାରେ ବଡ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛି ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନଆଇଏ)। ୩ ରାଜ୍ୟ କେରଳ, କର୍ଣ୍ଣାଟକ ଓ ତାମିଲନାଡୁରେ ୬୦ରୁ ଅଧିକ ସ୍ଥାନରେ ଏନଆଇଏ ଚଢାଉ କରିଛି । ବିସ୍ଫୋରଣ ଘଟଣାରେ ଆଇଏସଆଇଏସ ସନ୍ଦିଗ୍ଧଙ୍କ ତଲାସରେ ଏହି ଚଢାଉ ହୋଇଥିବା ସୂଚନା ମିଳିଛି । ଏବେ ବି ଚଢାଉ ଜାରି ରହିଛି ।
କେରଳ, ତାମିଲନାଡୁ ଏବଂ କର୍ଣ୍ଣାଟକର ୬୦ରୁ ଅଧିକ ସ୍ଥାନରେ ଏହା ସଙ୍ଗରେ ଏନଆଇଏ ଚଢାଉ କରିଛି । ଅଧିକାଂଶ ସ୍ଥାନରେ ସନ୍ଦିଗ୍ଧ ଆଇଏସଆଇଏସ ସମର୍ଥକଙ୍କ ସମ୍ବନ୍ଧ ଥିବା ନେଇ ଚଢାଉ ହୋଇଛି । ବିଭିନ୍ନ ନିଷିଦ୍ଧାଞ୍ଚଳରେ ଚଢାଉ କରି ଗୁରୁତ୍ବପୂର୍ଣ୍ଣ ଦଲିଲ ଜବତ କରିଛି ତଦନ୍ତକାରୀ ଦଳ । ବିଶେଷ କରି ଆଇଏସଆଇଏସ ଆତଙ୍କୀ ସଂଗଠନ ଅନ୍ଦୋଳନକୁ ସମର୍ଥନ କରାଯାଉଥିବା ସ୍ଥାନରେ ରେଡ୍ ହୋଇଛି । ଚେନ୍ନାଇ, କୋଏମ୍ବାଟୁର, ମାୟିଲାଡୁଥୁରାଇ, ତିରୁନେଲଭେଲି ଓ ଟେନକାସୀ ଜିଲ୍ଲାରେ ଚଢାଉ ହୋଇଛି।
ସୂଚନାଯୋଗ୍ୟ ଯେ, ଗତବର୍ଷ ଅକ୍ଟୋବର ୨୩ରେ କୋଏମ୍ବାଟୁରରେ ଏକ କାରରେ ସିଲିଣ୍ଡର ବିସ୍ଫୋରଣ ହୋଇଥିଲା । ଏହି ଘଟଣାର ଜଣେ କାର ଚାଳକଙ୍କ ମୃତ୍ୟୁ ହୋଇଥିଲା । ରିପୋର୍ଟ ଅନୁସାରେ ଏହି ବିସ୍ଫୋରଣ ଘଟଣାରେ ୧୧ ଜଣଙ୍କୁ ଗରିଫ କରାଯାଇଥିଲା । ଏହା ସହିତ ସନ୍ଦିଗ୍ଧ ଆତଙ୍କବାଦୀ ଜେମ୍ସ ମୁବୀନର ମୃତ୍ୟୁ ହୋଇଥିଲା । ବିସ୍ଫୋରଣରେ ମାଷ୍ଟରମାଇଣ୍ଡ ଗିରଫ ସମସ୍ତେ କୋଏମ୍ବାଟୁରବାସୀ ଥିଲେ । ଏନଆଇଏ ସୂଚନାଅନୁସାରେ ଆତଙ୍କୀ ଆକ୍ରମଣକୁ ସଫଳ କରିବା ପୂର୍ବରୁ ଅଭିଯୁକ୍ତମାନେ ଷଡଯନ୍ତ୍ର ରଚିଥିଲେ । ସମସ୍ତ ଅଭିଯୁକ୍ତ ମୁହମ୍ମଦ ଅଜହଋଦିନ, ଅଫସର ଖାନ, ମୁହମ୍ମଦ ଥଲା, ମୁହମ୍ମଦ ରିୟାସ, ଫିରୋଡ ଇରାମଲ, ମହମ୍ମଦ ନବାଜ ଇସାଇଲ, ଫିରୋଜ ଇସମାଲ, ଉମର ଫାରୁକ, ଫିରୋଜ ଖାନ, ସୋନବର ଅଲ୍ଲୀ, ମହମ୍ମତ ତାରିଖଙ୍କୁ ଗିରଫ କରାଯାଇ କାରଗାରରେ ରଖାଯାଇଥିଲା ।ସିଲିଣ୍ଡରେ ଗ୍ୟାସ ଭର୍ତ୍ତି କରି ଏକ ବଡ ଧରଣର ବିସ୍ଫୋରଣ ପାଇଁ ଷଡଯନ୍ତ୍ର କରାଯାଇଥିଲା । ମାତ୍ର ଏହି ବିଫଳ ହୋଇଥିଲା । ଅଭିଯୁକ୍ତଙ୍କ ପାଖରୁ ବିଭିନ୍ନ ବିସ୍ଫେରକ ସାମଗ୍ରୀ ଜବତ କରିଥିଲା । ଯେଉଁଥିରେ ନାଇଟ୍ରେଟ, ସଲଫର, ଗ୍ୟାସ ସିଲିଣ୍ଡର ସହିତ ଇସଲାମି ବିଚାରଧାରା ବିବରଣୀ ଓ ନୋଟ୍ବୁକ୍ ଭଳି ସାମଗ୍ରୀ ରହିଥିଲା ।





