ପୁତ୍ର ସନ୍ତାନକୁ ଜନ୍ମ ଦେଲେ କମେଡ଼ି କୁଇନ ଭାରତୀ ସିଂ

ମୁମ୍ବାଇ: କମେଡ଼ି କୁଇନ ଭାରତୀ ସିଂ ଓ ହର୍ଷ ଲିମ୍ୱାଚିଆଙ୍କ ଘରକୁ ଆସିଲା ଖୁସି । ଇନଷ୍ଟାଗ୍ରାମରେ ଫେନ୍ସ ଓ ଫଲୋଓରର୍ସ ମାନଙ୍କୁ ଏକ ଶୁଭ ଖବର ଦେଇଛନ୍ତି ଭାରତୀ । ଭାରତୀ ଓ ହର୍ଷଙ୍କ ଘରେ ଏବେ କୁଆଁ କୁଆଁ ରାବ ଶୁଭୁଛି। ଭାରତୀ ମା ହୋଇଛନ୍ତି । ତାଙ୍କର ଏକ ପୁଅ ହୋଇଛି ବୋଲି ସେ ଇନଷ୍ଟାଗ୍ରାମରେ ପୋଷ୍ଟରେ ସୂଚନା ଦେଇଛନ୍ତି।

ଭାରତୀ ଓ ହର୍ଷଙ୍କ ଏହି ଇନଷ୍ଟାଗ୍ରାମ ପୋଷ୍ଟକୁ ତାଙ୍କ ଫେନ୍ସ ଓ ଫଲୋଓର୍ସମାନେ ବହୁତ ପସନ୍ଦ କରିବା ସହ ସୋସିଆଲ ମିଡିଆରେ ଏହାକୁ ସେୟାର କରୁଛନ୍ତି । ତାଙ୍କ ଫେନ୍ସମାନଙ୍କ ସହିତ ଅନେକ ସେଲିବ୍ରିଟିଙ୍କ ଶୁଭେଛା ସୁଅ ଛୁଟୁଛି ।

Related Posts