ଭୁବନେଶ୍ୱର,୧/୫(ସତ୍ୟପାଠ ବ୍ୟୁରୋ): କମିଲା କମର୍ସିଆଲ୍ ଏଲପିଜି ସିଲିଣ୍ଡର ଦର । ଇନ୍ଧନ କମ୍ପାନୀ କମର୍ସିଆଲ୍ ରୋଷେଇ ଗ୍ୟାସ୍ ସିଲିଣ୍ଡରରେ ୧୭୧.୫୦ ଟଙ୍କା ଶସ୍ତା କରିଛନ୍ତି । ମେ’ ପହିଲାରୁ ରାଜଧାନୀ ଦିଲ୍ଲୀରେ ୧୯ କୋଲିଗ୍ରାମ ବିଶିଷ୍ଟ ଗ୍ୟାସ୍ ସିଲିଣ୍ଡରର ନୂଆ ମୂଲ୍ୟ ୧୮୫୬.୫୦ ଟଙ୍କା ରହିଛି । ସେହିପରି କୋଲକାତାରେ ଦାମ୍ ୧୯୬୦.୫୦ ଟଙ୍କା, ମୁମ୍ବାଇରେ ୧୮୦୮.୫୦ଟଙ୍କା, ଚେନ୍ନାଇରେ ୨୦୨୧.୫୦ଟଙ୍କା ମୂଲ୍ୟ ରହିଛି । ମାତ୍ର ଘରୋଇ ରୋଷେଇ ଗ୍ୟାସ୍ ସିଲିଣ୍ଡର ଦାମରେ କୌଣସି ପରିବର୍ତ୍ତନ ହୋଇନାହିଁ ।
ଏହା ପୂର୍ବରୁ ଅପ୍ରେଲ୍ ମାସରେ କମର୍ସିଆଲ୍ ରୋଷେଇ ଗ୍ୟାସ୍ ସିଲିଣ୍ଡର ଉପରେ ୯୧.୫୦ଟଙ୍କା ଶସ୍ତା ହୋଇଥିଲା । ଅପ୍ରେଲ ଓ ମେ’ ମାସକୁ ହିସାବକୁ ନେଲେ ଦୁଇ ମାସରେ ବ୍ୟବସାୟିକ ଏଲପିଜି ସିଲିଣ୍ଡରରେ ୨୬୩ଟଙ୍କା ହ୍ରାସ ପାଇଛି ।
ସୂଚନାଯୋଗ୍ୟ ଯେ, ପ୍ରତିମାସ ପ୍ରଥମ ତାରିଖରେ ପେଟ୍ରୋଲିୟମ କମ୍ପାନୀମାନେ ରୋଷେଇ ଗ୍ୟାସର ଦାମ୍ ସ୍ଥିର କରିଥାନ୍ତି ।





