‘ସି’ରୁ କଂଗ୍ରେସ ଓ ‘ସି’ରୁ କରପସନ୍, ଏ ଦୁହେଁ ସମାନ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୫/୨(ସତ୍ୟପାଠ ବ୍ୟୁରୋ): ଆଗକୁ କର୍ଣ୍ଣାଟକ ବିଧାନସଭା ନିର୍ବାଚନ। ଏହା ପୂର୍ବରୁ ଦୁର୍ନୀତିକୁ ନେଇ ବିବାଦ ଜାରି ରହିଛି। ଉଭୟ କଂଗ୍ରେସ ଓ ବିଜେପି ପରସ୍ପର ଉପରେ ଦୁର୍ନୀତି ଅଭିଯୋଗ କରିବାରେ ଲାଗିଛନ୍ତି। କଂଗ୍ରେସ ପକ୍ଷରୁ ବିଜେପି ସରକାରଙ୍କ ଉପରେ ଭ୍ରଷ୍ଟାଚାର ଅଭିଯୋଗ ଲଗାଇବା ପରେ ମୁଖ୍ୟମନ୍ତ୍ରୀ ବାସଭରାଜ ବୋମ୍ମାଇ ଆଜି କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ‘ସି’ରୁ କଂଗ୍ରେସ ଓ ‘ସି’ରୁ କରପସନ୍(ଦୁର୍ନୀତି), ଦୁଇଟିର ଆରମ୍ଭ ‘ସି’ରୁ ହେଉଛି ତେଣୁ ଏ ଦୁହେଁ ସମାନ।

ସେ ଆହୁରି କହିଛନ୍ତି ଯେ, କଂଗ୍ରେସ ନେତାଙ୍କ ବିରୋଧରେ ୬୦ ରୁ ଅଧିକ ମାମଲାରେ ଭ୍ରଷ୍ଟାଚାର ଅଭିଯୋଗ ରହିଛି ଓ ଲୋକାୟୁକ୍ତ ଏହି ମାମଲାର ଯାଞ୍ଚ କରୁଛନ୍ତି। କଂଗ୍ରେସ ସରକାର ସମୟରେ ଭ୍ରଷ୍ଟାଚାର ଚରମ ସୀମାରେ ଥିଲା। ଏବେ ସବୁ ମାମଲାର ଯାଞ୍ଚ ପାଇଁ ଲୋକାୟୁକ୍ତଙ୍କ ପାଖକୁ ପଠାଯାଇଛି। ପ୍ରଥମେ କଂଗେସ ନେତା ମାନଙ୍କୁ ସମସ୍ତ ଭ୍ରଷ୍ଟାଚାର ମାମଲାର ଜବାବ୍ ଦେବା ଦରକାର ବୋଲି ବୋମ୍ମାଇ କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, କର୍ଣ୍ଣାଟକରେ ଚଳିତ ବର୍ଷ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏଭଳି ସ୍ଥିତିରେ ବିରୋଧୀ ଦଳ କଂଗ୍ରେସ ବିଜେପି ସରକାରକୁ ଘେରିବା ପାଇଁ ଭ୍ରଷ୍ଟାଚାରକୁ ମୁଖ୍ୟ ପ୍ରସଙ୍ଗ କରିଛି। କଂଗ୍ରେସ ଅଭିଯୋଗ କରିଛି ବିଜେପି ସରକାର ବିକାଶ କାର୍ଯ୍ୟରେ ୪୦% କମିଶନ୍ ନେଇଥାଏ। କଂଗ୍ରେସର ଏହି ଅଭିଯୋଗ ପରେ ବିଜେପି ମଧ୍ୟ କଂଗ୍ରେସ ସରକାରର ଭ୍ରଷ୍ଟାଚାରକୁ ପ୍ରସଙ୍ଗ କରିଛି ଓ ଦୁଇଟି ଦଳର ପରସ୍ପର ଉପରେ ଆରୋପ-ପ୍ରତ୍ୟାରୋପ ଲଗାଉଛନ୍ତି।

Related Posts