ଭୁବନେଶ୍ୱର,୨୦/୫(ସତ୍ୟପାଠ ବ୍ୟୁରୋ): କର୍ଣ୍ଣାଟକରେ କଂଗ୍ରେସ ଶାସନ ଆରମ୍ଭ । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସିଦ୍ଦରମେୟା । ମୁଖ୍ୟମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ତାଓ୍ବାର ଚାନ୍ଦ ଗେହଲଟ୍ । ସେହିପରି ଉପ-ମୁଖ୍ୟମନ୍ତ୍ରୀ ଭାବେ କର୍ଣ୍ଣାଟକ ପ୍ରଦେଶ କଂଗ୍ରେସର ମୁଖ୍ୟ ଡିକେ ଶିବକୁମାର ଶପଥ ନେଇଛନ୍ତି । ଏହା ସହିତ କ୍ୟାବିନେଟରେ ୮ ମନ୍ତ୍ରୀଙ୍କୁ ମଧ୍ୟ ସାମିଲ କରାଯାଇଛି।
ଏହି ଶପଥ ସମାରୋହରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଉପସ୍ଥିତ ରହିଛନ୍ତି । ସେହିପରି ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ଏହି ଉତ୍ସବରେ ସାମିଲ ହୋଇ ନୂଆ ମୁଖ୍ୟମନ୍ତ୍ରୀ ଓ ଉପ-ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଛା ଜଣାଇଛନ୍ତି । ସେହିପରି ଅନେକ ବିଜେପି ବିରୋଧୀ ଦଳର ମୁଖ୍ୟମନ୍ତ୍ରୀ ଓ ନେତା ମାନେ ମଧ୍ୟ ସାମିଲ ହୋଇଛନ୍ତି।





