କ୍ୟୁଆର କୋଡରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ମୁଁହ, ବିଜେପି ବିରୋଧରେ ପେସିଏମ ଅଭିଯାନ ଆରମ୍ଭ କଲା କଂଗ୍ରେସ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କର୍ଣ୍ଣାଟକରେ ବିଜେପି ସରକାରଙ୍କ ବିରୋଧରେ କଂଗ୍ରେସ ପକ୍ଷରୁ ପେସିଏମ ଅଭିଯାନ ଆରମ୍ଭ କରାଯାଇଛି। ଅନଲାଇନ୍ ପେମେଣ୍ଟ ଆପ ପେଟିଏମ ପରି ଏକ ପୋଷ୍ଟର କଂଗ୍ରେସ ପକ୍ଷରୁ ଚାରିଆଡ଼େ ଲଗାଯାଇଛି । ଯେଉଁ ପୋଷ୍ଟରରେ ମୁଖ୍ୟମନ୍ତ୍ରୀ ବାସଭରାଜ ବେମ୍ମୋଇଙ୍କ ମୁହଁର କ୍ୟୁଆର କୋଡ ରଖାଯାଇଛି। ଏଭଳି ପୋଷ୍ଟର କର୍ଣ୍ଣାଟକର ଅନେକ ସର୍ବସାଧାରଣ ସ୍ଥାନରେ ଦେଖିବାକୁ ମିଳୁଛି। ତେବେ ଏହି କ୍ୟୁଆର କୋଡ କେବଳ ପ୍ରଦର୍ଶନ ପାଇଁ ନୁହେଁ, ଏହାକୁ ମୋବାଇଲରେ ସ୍କାନ କରିଲେ ଏକ ସ୍ବତନ୍ତ୍ର ୱେବସାଇଟ ଖୋଲିବ ଯାହାକୁ କଂଗ୍ରେସ ଦ୍ୱାରା ଡିଜାଇନ ହୋଇଛି ।କଂଗ୍ରେସ ଏହି ୱେବସାଇଟକୁ ୪୦ ପ୍ରତିଶତ କମିଶନ ସରକାର ନାମରେ ନାମିତ କରିଛି। ଏହା ଭାଜପା ସରକାରଙ୍କ ଦୁର୍ନୀତି ବୋଲି ଦାବି କରିଛି ଦଳ। ଏଥିରେ ଲୋକଙ୍କୁ ନିଜ ମନ କି ବାତ ଓ ଅଭିଯୋଗ ଲେଖିବାର ବିକଳ୍ପ ମଧ୍ୟ ଦିଆଯାଇଛି।

ପୋଷ୍ଟରରେ ଲେଖା ଅଛି ଯେ, ଏଠାରେ ୪୦ ପ୍ରତିଶତ ଗ୍ରହଣ କରାଯାଇଥିବା ସ୍ବୀକାର କରନ୍ତୁ। ଏହି ପୋଷ୍ଟରଗୁଡିକ ବେଙ୍ଗାଲୁରୁର ବସଷ୍ଟାଣ୍ଡ, ପାର୍କ, ବଜାର ଏବଂ ଅନ୍ୟାନ୍ୟ ସ୍ଥାନରେ ଲଗାଯାଇଛି। ତେବେ କଂଗ୍ରେସ ଅଭିଯୋଗ କରିଛି ଯେ କର୍ଣ୍ଣାଟକ ବିଜେପି ସରକାରରେ କୌଣସି ଟେଣ୍ଡର ଦେବା କିମ୍ବା ସରକାରୀ କାର୍ଯ୍ୟ ପାଇଁ ଅତି କମରେ ୪୦ ପ୍ରତିଶତ କମିଶନ ଦେବାକୁ ପଡିବ। ଏହି କ୍ୟୁଆର କୋଡ ସରକାରଙ୍କ ଦୁର୍ନୀତିର ଖୁଲାସା କରିବ ବୋଲି କଂଗ୍ରେସ ଦାବି କରିଛି।

Related Posts