ମମତା ବାନାର୍ଜୀଙ୍କ ନାଁରେ ଅପମାନଜନକ ଟିପ୍ପଣୀ ଦେଇ ଗିରଫ ହେଲେ କଂଗ୍ରେସ ନେତା କୋୖସ୍ତଭ ବାଗ୍‌ଚି

ଭୁବନେଶ୍ୱର,୪/୩(ସତ୍ୟପାଠ ବ୍ୟୁରୋ): ଏକ ଘରୋଇ ଟିଭି ସୋ’ରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେବା କଂଗ୍ରେସ ନେତାଙ୍କୁ ମହଙ୍ଗା ପଡ଼ିଛି। ମମତାଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇ କଂଗ୍ରେସ ନେତା ତ‌ଥା ଆଡଭୋକେଟ କୋୖସ୍ତଭ ବାଗଚି ଗିରଫ ହୋଇଛନ୍ତି। କୋୖସ୍ତଭଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ କୋଲକାତାର ବୁରତୋଲା ପୁଲିସ ଷ୍ଟେସନ୍‌ରେ ଏକ ଅଭିଯୋଗ ହୋଇଥିଲା। କୋୖସ୍ତଭ ଦୀର୍ଘଦିନ ଧରି ମମତାଙ୍କ ବିରୋଧରେ ରାଜନୈତିକ ମନ୍ତବ୍ୟ ରଖିଆସୁଛନ୍ତି।

ଯାହା ଅନେକ‌ଥର ବିବାଦ ମଧ୍ୟ ସୃଷ୍ଟି କରିଛି। ଅଭିଯୋଗକୁ ଆଧାର କରି ପୁଲିସ ଏକ ଏତଲା ମଧ୍ୟ ରୁଜୁ କରିଛି। ବୁରତୋଲା ପୁଲିସ ଅଧିକାରୀ ପହଞ୍ଚି ବାରାକପୁରରେ ରହୁଥିବା କୋୖସ୍ତଭଙ୍କୁ ପୁଲିସ ଗିରଫ କରିଥିଲା। ଗିରଫ ପୂର୍ବରୁ ତାଙ୍କୁ ଦୀର୍ଘ ସମୟ ଧରୀ ଜେରା କରାଯାଇଥିଲା। ଶନିବାର ସକାଳେ ୭ଟା ୩୦ରେ କୋୖସ୍ତଭକୁ ଗିରଫ କରାଯାଇଛି। କୋଲକାତା ପୁଲିସ ଅନୁଯାୟୀ ଧାରା ୧୨୦ ବି( ଷଡ଼ଯନ୍ତ୍ର ଅପରାଧ), ୩୫୪ଏ(ଯୌନ ନିର୍ଯାତନା)୫୦୪(ଶାନ୍ତି ଭଙ୍ଗ ଉଦ୍ଦେଶ୍ୟରେ ଅପମାନଜନ ଶବ୍ଦ ବ୍ୟବାହାର) ଏବଂ ୫୦୫,୫୦୯,୫୦୬ ଧାରାରେ ତାଙ୍କ ନାମରେ ମାମଲା ରୁଜୁ କରାଯାଇଛି। କୌତ୍ସବଙ୍କ ଗିରଫ ପ୍ରତିବାଦରେ କଂଗ୍ରେସ କର୍ମୀମାନେ ହୋହଲ୍ଲା କରିଛନ୍ତି।

ରାଜ୍ୟ କଂଗ୍ରେସ ମୁଖପାତ୍ର ସୁମନ ରୟ ଚୌଧୁରୀ କହିଛନ୍ତି ଯେ, ମଧ୍ୟରାତ୍ରିରେ କୋୖସ୍ତଭଙ୍କ ଗିରଫଦାରୀକୁ ମୁଁ ଦୃଢ଼ ନିନ୍ଦା କରୁଛି। ମମତା ସରକାର କାହାରି ବାକ ସ୍ୱାଧୀନତାକୁ ଛଡ଼ାଇ ନେଇପାରିବେ ନାହିଁ। କୋୖସ୍ତଭଙ୍କୁ ସରକାର ତୁରନ୍ତ ଛାଡ଼ି ଦେବା ଉଚିତ୍ ବୋଲି ସେ କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ଟିଏମସି ମୁର୍ସିଦାବାଦରେ ସାଗରଦିଗି ବିଧାନସଭା ଆସନରେ ପରାଜୟକୁ ସ୍ୱୀକାର କରି ପାରୁନି। ଏଥିରେ ଟିଏମସି ସରକାର ପ୍ରତିଶୋଧ ପରାୟଣ ହୋଇପଡ଼ିଥିବା ସେ କହିଛନ୍ତି।

Related Posts