ଆସାମ ପାଇଁ କଂଗ୍ରେସ ଇସ୍ତାହାର: କୌଣସି ବିଧାୟକଙ୍କ ନିକଟ ସମ୍ପର୍କୀୟଙ୍କୁ ସରକାରୀ ଠିକାଦାରୀ କିମ୍ବା ଯୋଜନା ପ୍ରଦାନ କରାଯିବ ନାହିଁ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ସାରା ଦେଶର ନଜର ପଶ୍ଚିମବଙ୍ଗ ସହିତ ଆସାମ ରାଜ୍ୟ ଉପରେ ରହିଛି । ଏହା ମଧ୍ୟରେ ଆସାମ ପାଇଁ କଂଗ୍ରେସ ଇସ୍ତାହାର ଜାରି କରିଛି । ତେବେ କୌଣସି ବିଧାୟକଙ୍କ ନିକଟ ସମ୍ପର୍କୀୟଙ୍କୁ ସରକାରୀ ଠିକାଦାରୀ କିମ୍ବା ଯୋଜନା ପ୍ରଦାନ କରାଯିବ ନାହିଁ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି । ଏହା ସହ ଇସ୍ତାହାରରେ ସ୍ୱଚ୍ଛ ଭୂମି ରେକର୍ଡ, ରାଜସ୍ୱ ଏବଂ କର ବ୍ୟବସ୍ଥା ବିଷୟରେ ଆଲୋଚନା କରାଯାଇଛି। ଏହା ସହ ଚାକିରି ଏବଂ ସରକାରୀ ଚୁକ୍ତିନାମାରେ ସ୍ଥାନୀୟ ଲୋକଙ୍କୁ ପ୍ରାଥମିକତା ଦିଆଯିବା, ତୁରନ୍ତ ବନ୍ୟା ସହାୟତା ଏବଂ କ୍ଷୟ ନିୟନ୍ତ୍ରଣ ପଦକ୍ଷେପ ଆରମ୍ଭ କରିବା ଓ ଡାକ୍ତରଖାନା ଏବଂ ସ୍କୁଲଗୁଡ଼ିକରେ ଖାଲି ପଦବୀ ପୂରଣ ପାଇଁ ଶୀଘ୍ର ନିଯୁକ୍ତି ଦିଆଯିବାର ଦେଖିବାକୁ ମିଳିଛି ।

ସେପଟେ କଂଗ୍ରେସ ପୁରୁଷମାନଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ “କର୍ମଯୋଗୀ ଉଦ୍ୟୋଗୀ” ପଦକ୍ଷେପ ଘୋଷଣା କରିଛି। ଏହା ଅଧୀନରେ, ପ୍ରଥମ ଥର ଷ୍ଟାର୍ଟଅପ ଗୁଡ଼ିକୁ ସମର୍ଥନ କରିବା ପାଇଁ 1,000 କୋଟି ଟଙ୍କାର ଏକ ଆସାମ ଯୁବ ଉଦ୍ୟୋଗୀ ପାଣ୍ଠି ସୃଷ୍ଟି କରାଯିବ। “ଉଦ୍ୟମୀ କାର୍ଡ” ମାଧ୍ୟମରେ, ପ୍ରଥମ ପିଢ଼ିର ଉଦ୍ୟୋଗୀମାନେ 4% ସୁଧରେ 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପାଇବେ। 72 ଘଣ୍ଟା ମଧ୍ୟରେ ଛୋଟ ବ୍ୟବସାୟ ଆରମ୍ଭ ଏବଂ ପଞ୍ଜିକରଣ କରିବା ପାଇଁ ଏକ ସରଳୀକୃତ ଡିଜିଟାଲ୍ ବ୍ୟବସ୍ଥା ବିକଶିତ କରାଯିବ ବୋଲି କହିଛନ୍ତି ।

ତେବେ ଏକ “ଡିଜିଟାଲ୍ ମାର୍କେଟ୍ ସେତୁ” କ୍ଷୁଦ୍ର-ଉଦ୍ୟୋଗୀମାନଙ୍କୁ ବିଶ୍ୱସ୍ତରୀୟ ଇ-କମର୍ସ ପ୍ଲାଟଫର୍ମରେ ସେମାନଙ୍କର ଉତ୍ପାଦଗୁଡ଼ିକୁ ମାଗଣାରେ ତାଲିକାଭୁକ୍ତ କରିବାକୁ ଏବଂ କମିଶନ ବିନା ବିକ୍ରୟ କରିବାକୁ ସକ୍ଷମ କରିବ। ଏହା ସହ କର୍ମଚାରୀମାନଙ୍କୁ ଉନ୍ନତ ଗୃହ, ସ୍ୱାସ୍ଥ୍ୟସେବା ଏବଂ କଲ୍ୟାଣ ସହାୟତା ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି ।

Related Posts