ବେକାରୀ, ଓବିସି ସଂରକ୍ଷଣ ଏବଂ ଦରଦାମକୁ ନେଇ ମଧ୍ୟପ୍ରଦେଶରେ କଂଗ୍ରେସର ବିକ୍ଷୋଭ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କଂଗ୍ରେସ କର୍ମୀମାନେ ମଧ୍ୟପ୍ରଦେଶରେ ଶିବରାଜ ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବେକାରୀ, ଓବିସି ସଂରକ୍ଷଣ ଏବଂ ଦରଦାମ ପ୍ରସଙ୍ଗରେ ଶାସକ ବିଜେପିକୁ ଘେରିଛି କଂଗ୍ରେସ । ଏହାକୁ ଯୁବ ଶଙ୍ଖନାଦ ନାମ ଦିଆଯାଇଛି । ସେପଟେ ମଧ୍ୟପ୍ରଦେଶ ଯୁବ କଂଗ୍ରେସର ନେତାମାନେ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଘେରିବାକୁ ବାହାରିଥିଲେ । କିନ୍ତୁ ପୋଲିସ ସେମାନଙ୍କୁ ଅଟକାଇବା ପାଇଁ କଡା ବ୍ୟବସ୍ଥା କରିଥିଲା । ଯେଉଁଥିପାଇଁ ସେମାନେ ସେଠାରେ ପହଞ୍ଚି ପାରିନଥିଲେ। ବିକ୍ଷୋଭକାରୀଙ୍କୁ ନିୟନ୍ତ୍ରଣ କରିବା ପାଇଁ ପୋଲିସକୁ ପାଣି ବନ୍ଧୁକ ମଧ୍ୟ ବ୍ୟବହାର କରିବାକୁ ପଡ଼ିଥିଲା । ଏହି ବିରୋଧ ଦେଢ଼ ଘଣ୍ଟା ଧରି ଚାଲିଥିଲା ଏବଂ ଯୁବ କଂଗ୍ରେସର ରାଷ୍ଟ୍ରୀୟ ସଭାପତି ଶ୍ରୀନିବାସ ବିୱି ଏବଂ ଅନ୍ୟାନ୍ୟ କାର‌୍ୟ୍ୟାଳୟର ଅଧିକାରୀଙ୍କୁ ଗିରଫ କରାଯିବା ପରେ ଶେଷ ହୋଇଥିଲା।

ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଆକ୍ରମଣ କରିଥିବା କଂଗ୍ରେସର ବହୁ ବଡ ନେତା ମଧ୍ୟ ଏହି ପ୍ରଦର୍ଶନରେ ଜଡିତ ଥିଲେ। ଏଥିମଧ୍ୟରେ ଦଳର ରାଜ୍ୟ ସଭାପତି କମଲ ନାଥ, ବିରୋଧୀ ଦଳର ନେତା ଗୋବିନ୍ଦ ସିଂ, ପୂର୍ବତନ ପିସିସି ମୁଖ୍ୟ ସୁରେଶ ପଚୌରୀ, ଅରୁଣ ଯାଦବ, ବିରୋଧୀ ଦଳର ପୂର୍ବତନ ନେତା ଅଜୟ ସିଂ, ପୂର୍ବତନ ମନ୍ତ୍ରୀ ସଜନ ଭର୍ମା ଏବଂ ବହୁ ବଡ ନେତା ଏଥିରେ ସାମିଲ ହୋଇଥିଲେ।

Related Posts