ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): କଂଗ୍ରେସର ଚେତାବନୀ । ଲୋକସଭାରେ ସିଟ ବଢିଲେ ଛୋଟ ରାଜ୍ୟମାନଙ୍କର କ୍ଷତି ହେବ ବୋଲି ଅଭିଯୋଗ କରିଛି । ତେବେ କଂଗ୍ରେସ ଅଭିଯୋଗ କରିଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାର ଲୋକସଭାର ଆକାର ୫୦ ପ୍ରତିଶତ ବୃଦ୍ଧି କରିବା ପାଇଁ ଏକ ପ୍ରସ୍ତାବକୁ ଆଗକୁ ବଢାଇବାକୁ ଯୋଜନା କରୁଛନ୍ତି।
ସେପଟେ ଦଳ ଚେତାବନୀ ଦେଇଛି ଯେ, ଏପରି ପଦକ୍ଷେପ ଦକ୍ଷିଣ ଏବଂ ଛୋଟ ରାଜ୍ୟଗୁଡ଼ିକୁ କ୍ଷତି ପହଞ୍ଚାଇପାରେ। ଏନେଇ ସରକାରଙ୍କ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଦିଆଯାଇ ନାହିଁ। ଏହା ମଧ୍ୟରେ କଂଗ୍ରେସ ମହାସଚିବ ଜୟରାମ ରମେଶ କହିଛନ୍ତି, ଏହି ଯୋଜନା କ୍ଷତିକାରକ ହେବାର ଆଶଙ୍କା ରହିଛି। ମୋଦୀ ସରକାର ଲୋକସଭାର ଆକାର ୫୦% ବୃଦ୍ଧି କରିବା ପାଇଁ ଏକ ପ୍ରସ୍ତାବ ଦେଉଛନ୍ତି। ପ୍ରତ୍ୟେକ ରାଜ୍ୟକୁ ଆବଣ୍ଟିତ ଆସନ ସଂଖ୍ୟା ମଧ୍ୟ ୫୦% ବୃଦ୍ଧି କରିବାକୁ ପ୍ରସ୍ତାବ ଦିଆଯାଇଛି ବୋଲି ଜୟରାମ ସୋସିଆଲ ମିଡିଆ ଏକ୍ସରେ ଏକ ପୋଷ୍ଟରେ କହିଛନ୍ତି। ସେ ଯୁକ୍ତି ଦେଇଛନ୍ତି , ଏହା ନ୍ୟାୟସଙ୍ଗତ ମନେହୁଏ, କିନ୍ତୁ ଏହାର ଗୁରୁତର ପରିଣାମ ହୋଇପାରେ। ଏହା ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକୁ ଅସୁବିଧାରେ ପକାଇବ।
ଏହା ସହ ସେ ଉଲ୍ଲେଖ କରିଛନ୍ତି ଯେ, ଉତ୍ତର ପ୍ରଦେଶର ପ୍ରତିନିଧିତ୍ୱ ୮୦ ରୁ ୧୨୦ ଆସନକୁ ବୃଦ୍ଧି ପାଇପାରେ। ଯେତେବେଳେ ତାମିଲନାଡୁର ୩୯ ରୁ ୫୯ ଆସନକୁ ବୃଦ୍ଧି ପାଇପାରେ। ସେହିପରି, କେରଳର ଆସନ ୨୦ ରୁ ୩୦ କୁ ବୃଦ୍ଧି ପାଇପାରେ। ଅପରପକ୍ଷରେ ବିହାରର ଆସନ ୪୦ ରୁ ୬୦ କୁ ବୃଦ୍ଧି ପାଇପାରେ। ସାମଗ୍ରିକ ଭାବରେ, ଦକ୍ଷିଣ ରାଜ୍ୟଗୁଡ଼ିକ ବୃଦ୍ଧି ଯୋଗୁଁ ୬୬ଟି ଆସନ ଅଧିକ ପାଇବେ ଯେତେବେଳେ ଉତ୍ତର ରାଜ୍ୟଗୁଡ଼ିକ ୨୦୦ଟ ଆସନ ପାଇବେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକତରଫା ଭାବରେ ଆଇନ ପ୍ରସ୍ତୁତ କରୁଛନ୍ତି ଯାହା ଦକ୍ଷିଣ, ଉତ୍ତର-ପୂର୍ବ ଏବଂ ପଶ୍ଚିମର ଛୋଟ ରାଜ୍ୟଗୁଡ଼ିକୁ କ୍ଷତି ପହଞ୍ଚାଇବ। ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ଏ.ବେନ୍ତ ରେଡ୍ଡୀ ପୂର୍ବରୁ ଏନେଇ ଏକ ସତର୍କ ସୂଚନା ଜାରି କରିସାରିଛନ୍ତି।





