ମୋଦିଙ୍କ ଗୁଣିଗାରେଡି ବୟାନକୁ ନେଇ କଂଗ୍ରେସର ପାଲଟା ଜବାବ: ରମେଶ କହିଲେ ବିନା କାରଣରେ କରୁଛନ୍ତି ପ୍ରସଙ୍ଗ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗୁଣିଗାରେଡି (କଳାଯାଦୁ) ବୟାନକୁ ନେଇ ପାଲଟା ଜବାବ ରଖିଛି କଂଗ୍ରେସ । ସାରା ଦେଶ ସମସ୍ୟା ସମ୍ପର୍କରେ ପ୍ରଧାନମନ୍ତ୍ରୀ ଶୁଣନ୍ତୁ ବୋଲି ଚାହାନ୍ତି। ହେଲେ ଜୁମଲାଜୀବୀ ଯାହାଇଛା ତାହା କହୁଛନ୍ତି ବୋଲି କଂଗ୍ରେସ କହିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହରିୟାଣାରେ ୨ଜି-ଏଥନଲ ପ୍ଲାଣ୍ଟର ଉଦଘାଟନ କରି ବିପକ୍ଷକୁ ଟାର୍ଗେଟ କରିଥିଲେ। ସେ କହିଥିଲେ ଯେ ଦେଶ ଯେତେବେଳେ ତ୍ରିରଙ୍ଗା ରଙ୍ଗରେ ରଙ୍ଗୀନ ସେତେବେଳେ ନିରାଶା ନକରାତ୍ମକତାର ଶିକାର କିଛି ଲୋକେ ଗୁଣିଗାରେଡିର ଆଶ୍ରୟ ନେଇଛନ୍ତି ।

ଆମେ ଅଗଷ୍ଟ ୫ ତାରିଖରେ ଦେଖିଥିଲୁ କିଛି ଲୋକେ ଯନ୍ତ୍ରମନ୍ତ୍ର ବ୍ୟାପ୍ତ କରିବାକୁ ଉଦ୍ୟମ କରିଥିଲେ। ସେମାନେ ଏପରି କାର୍ଯ୍ୟକଳାପରେ ଜଡ଼ିତ ଅଛନ୍ତି। ତେବେ ଏପରି ଗୁଣି ଗାରେଡି କିଛି କାମରେ ଆସିବନି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ତେବେ ସେମାନଙ୍କୁ ଅନୁରୋଧ ଏପରି ଟୁଣକାଟୁଣକି କରି ଆଜାଦିର ଅମୃତ ମହୋତ୍ସବକୁ ଆପମାନିତ ନ କରନ୍ତୁ।

ଉଲ୍ଲେଖଯୋଗ୍ୟ ଯେ କଂଗ୍ରେସ ଗତ ଅଗଷ୍ଟ ୫ ତାରିଖ ଦିନ ସଂସଦ ଭବନ ବାହାରେ କଳା ପୋଷାକ ପିନ୍ଧି ସରକାରଙ୍କ ପ୍ରତିବାଦ କରିଥିଲା।

ତେବେ ପ୍ରଧାନମନ୍ତ୍ରୀଙ୍କ ଏହି ବୟାନରେ କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

Related Posts