ଦେଓମାଳି ଶିଖରରେ କଟେଜ ନିର୍ମାଣକୁ ନେଇ ବଢ଼ିଲା ଅଡୁଆ, ଏନଜିଟିରେ ମାମଲା

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଦେଓମାଳି ଶିଖରରେ କଟେଜ ନିର୍ମାଣକୁ ନେଇ ଅଡୁଆ ବଢିଛି | ପ୍ରାୟ ୨୫ ଏକର ଜଙ୍ଗଲ ଜମିରେ କଂକ୍ରିଟ ନିର୍ମାଣକୁ ବିରୋଧ କରି ୱାଇଲ୍ଡ ଲାଇଫ ସୋସାଇଟି ଅଫ୍‌ ଓଡ଼ିଶା ପକ୍ଷରୁ ଏନଜିଟି ବା ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲରେ ଅଭିଯୋଗ କରାଯାଇଛି | ଆଉ ଏହାପରେ ଏନଜିଟି ପକ୍ଷରୁ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ, ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ, ରାଜ୍ୟ ଜୈବ ବିବିଧତା ବୋର୍ଡ, କୋରାପୁଟ ଜିଲ୍ଲାପାଳ, କୋରାପୁଟ ବନଖଣ୍ଡ ଅଧିକାରୀ, ସିମିଳିଗୁଡା ରେଞ୍ଜ ଅଧିକାରୀଙ୍କୁ ନୋଟିସ ଦିଆଯାଇଛି | ୪ ସପ୍ତାହ ମଧ୍ୟରେ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଥିବାବେଳେ ଅଗଷ୍ଟ ୨୩ରେ ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି |

ବାସ୍ତବରେ ଗତବର୍ଷ ତତ୍କାଳୀନ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଦେଓମାଳୀ ଗସ୍ତରେ ଯାଇଥିଲେ | ସେଠାକାର ମହିଳାଙ୍କୁ ସ୍ବାବଲମ୍ବୀ କରି ଆର୍ଥିକ ସ୍ଥିତିକୁ ମଜଭୁତ କରିବାକୁ ସବୁ ପ୍ରୟାସ କରାଯିବ ଓ ସର୍ବୋଚ୍ଚ ଶୃଙ୍ଗ ଦେଓମାଳି ପର୍ଯ୍ୟଟକଙ୍କ ଆକର୍ଷଣ କେନ୍ଦ୍ର ପାଲଟିବ ବୋଲି କହିଥିଲେ । ମହିଳାଙ୍କୁ ଆତ୍ମନିର୍ଭରଶୀଳ କରିବାକୁ ବଡ଼ ଘୋଷଣା କରିଥିଲେ। ଦେଓମାଳିରେ ହୋଟେଲ ନିର୍ମାଣ ସହ ଇକୋ ଟୁରିଜିମ୍‌ କଟେଜ୍‌ ନିର୍ମାଣ କରାଯିବ ଓ ଏହାର ସଂପୂର୍ଣ୍ଣ ଦାୟିତ୍ବ ଏସ୍‌ଏଚ୍‌ଜିକୁ ଦିଆଯିବ ଏବଂ ତାହାର ତଦାରଖ ମହିଳାମାନେ କରିବେ ବୋଲି କହିଥିଲେ। ଦେଓମାଳୀ ପର୍ବତ ଶିଖରକୁ ଯାଇ ଇକୋ ଟୁରିଜିମ୍‌ କଟେଜ୍‌ ନିମନ୍ତେ କେତେକ ସ୍ଥାନରେ ଜମି ଚିହ୍ନଟ କରିଥିଲେ। ଯାହାକୁ ନେଇ ଏବେ ଏନଜିଟିରେ ମାମଲା ଦାୟର ହୋଇଛି |

Related Posts