ବିଭିନ୍ନ ବ୍ରାଣ୍ଡର ନକଲି ବିଦେଶୀ ମଦ ପ୍ରସ୍ତୁତ କାରଖାନା ଠାବ: ମଦ ମାଫିଆ ଗିରଫ

ଢେଙ୍କାନାଳ: ବିଭିନ୍ନ ବ୍ରାଣ୍ଡର ନକଲି ବିଦେଶୀ ମଦ ପ୍ରସ୍ତୁତ କାରଖାନା ଠାବ କଲା କଟକ ଅବକାରୀ ଫ୍ଲାଇଙ୍ଗ ସ୍କ୍ୱାର୍ଡ । ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ କହ୍ନେଇପାଳ ଗ୍ରାମରେ ଚଢ଼ାଉ କରି ଅବକାରୀ ଫ୍ଲାଇଙ୍ଗ ସ୍କ୍ୱାର୍ଡ ବିପୁଳ ପରିମାଣର ବିଭିନ୍ନ ବ୍ରାଣ୍ଡର ନକଲି ବିଦେଶୀ ମଦ ଓ ଏହି ମଦ ପ୍ରସ୍ତୁତ ପାଇଁ ବିପୁଳ ପରିମାଣର ସ୍ପିରି ଟ, ରଙ୍ଗ, ମଦ ବୋତଲ , ବୋତଲ ଠିପି ଓ ଷ୍ଟିକର ଆଦି ଜବତ କରିଛି ।

ଏହି ନକଲି ମଦ ତିଆରି କରୁଥିବା ମଦ ମାଫିଆକୁ ଗିରଫ କରିଛି ଅବକାରୀ ସ୍କ୍ୱାର୍ଡ । ଗିରଫ ମଦ ମାଫିଆ ହେଉଛନ୍ତି ଭୁବନ ଥାନା କହ୍ନେଇପାଳ ଗାଁର ବିଷ୍ଣୁଚରଣ ବେହେରା । ନକଲି ବିଦେଶୀ ମଦ କାରଖାନାରୁ ୬୦ ଲିଟର ନକଲି ବିଦେଶୀ ମଦ, ୩୬୦ ଲିଟର ସ୍ପିରିଟ, ୩ ହଜାର ନକଲି ଲେବଲ ,୨ହଜାର ୪ଶହ ଠିପି,୧ ହଜାର ଖାଲି ବୋତଲ, ୧ ଲିଟର କାରାମେଲ, ୧ଲିଟର ଏସେନ୍ସ ଫ୍ଲେବର ଆଦି ଜବତ କରାଯାଇଛି ।

ସୂଚନା ଥାଉକି, ଅନୁଗୁଳରୁ ବିପୁଳ ପରିମାଣର ନକଲି ବିଦେଶୀ ମଦର ସାମ୍ରାଜ୍ୟ ଠାବ କରିବାର ଗୁମର ଖୋଲିବା ସହ ପୁଷ୍ପା ଫିଲ୍ମ ଷ୍ଟାଇଲରେ ପୂର୍ବରୁ ଢେଙ୍କାନାଳରୁ ବିପୁଳ ପରିମାଣର ମଦ ତାହା ପୁଣି ଏକ କଣ୍ଟେନରରୁ ଜବତ ହୋଇଥିଲା ।

Related Posts