ମୋଦି ସରକାରଙ୍କୁ ଅଦାଲତି ଝଟକା; ମାଲୟାଲମ ଚ୍ୟାନେଲ ଉପରୁ ବ୍ୟାନ୍ ହଟେଇଲେ ସୁପ୍ରିମକୋର୍ଟ

ଭୁବନେଶ୍ୱର,୫/୪ (ସତ୍ୟପାଠ ବ୍ୟୁରୋ): କେନ୍ଦ୍ରର ମୋଦି ସରକାରଙ୍କୁ ସୁପ୍ରିମକୋର୍ଟରୁ ଲାଗିଛି ଝଟକା। ମାଲୟାଲମ ନ୍ୟୁଜ ଚ୍ୟାନେଲ ମିଡ଼ିଆ ୱାନ ଉପରେ ରାଷ୍ଟ୍ରୀୟ ସୁରକ୍ଷାର ଦ୍ୱାହି ଦେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଲଗାଯାଇଥିବା ବ୍ୟନ୍ ହଟାଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ଏହାସହିତ କେନ୍ଦ୍ର ସରକାରଙ୍କୁ କଡା ଭର୍ସନା ମଧ୍ୟ କରିଛନ୍ତି।

ବୁଧବାର ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ଼ କହିଛନ୍ତି ଯେ, ସରକାରଙ୍କ ନୀତିକୁ ସମାଲୋଚନା କରିବାର ଅଧିକାର ସମସ୍ତଙ୍କର ଅଛି। ସରକାରଙ୍କ ନୀତି ଓ କାର୍ଯ୍ୟକଳାପକୁ ସମାଲୋଚନା କରୁଥିବା ଚ୍ୟାନେଲ ଗୁଡ଼ିକୁ ଆଣ୍ଟି ନ୍ୟାସନାଲ କହିବା ଭୁଲ। ସରକାରଙ୍କ ନୀତିକୁ ସମାଲୋଚନା କରୁଥିବା ଚ୍ୟାନେଲ ଗୁଡ଼ିକୁ ଆଣ୍ଟି ନ୍ୟାସନାଲ କହି ବ୍ୟନ ଲଗାଇବା ଠିକ୍ ନୁହେଁ। ଏକ ସୁସ୍ଥ ଗଣତନ୍ତ୍ର ପାଇଁ ସ୍ବାଧିନ ଗଣମାଧ୍ୟମର ଆବଶ୍ୟକତା ରହିଛି। ତେଣୁ ଗଣମାଧ୍ୟମ ଗୁଡ଼ିକୁ ସ୍ଵାଧୀନତା ଦେବା ଉଚିତ୍ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ଶୁଣାଣି ସମୟରେ ଏହି ଚ୍ୟାନେଲ ବିରୋଧରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ଲଗାଇଥିବା ଦେଶ ବିରୋଧୀ ଆରୋପ ନେଇ କୌଣସି ପ୍ରମାଣ ରଖିପରିନଥିଲେ କେନ୍ଦ୍ର ସରକାର। ଫଳରେ ଚ୍ୟାନେଲ ଉପରୁ ବ୍ୟାନ୍ ହଟାଇ ସୁପ୍ରିମକୋର୍ଟ କହିଛନ୍ତି ଯେ, ସରକାରଙ୍କ ନୀତିକୁ ସମାଲୋଚନା କରିବା ଦେଶ ବିରୋଧୀ ନୁହେଁ। ଏହାସହିତ ଯେଭଳି ଢଙ୍ଗରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏଭଳି କାର୍ଯ୍ୟ ସବୁ କରୁଛି ସେ ସବୁରୁ ବିରତ ରହିବା ଉଚିତ୍ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି।

ସୂଚନା ଅନୁସାରେ, ୨୦୨୦ ମସିହାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସିଟିଜେନସିପ ଅମାଣ୍ଡମେଣ୍ଟ ଆକ୍ଟ (ସିଏଏ) ଆସିଥିଲା। ଏହାକୁ ବିରୋଧ କରି ଦିଲ୍ଲୀରେ ଜୋରଦାର ବିରୋଧ ପ୍ରଦର୍ଶନ ହୋଇଥିଲା ସଂପୃକ୍ତ ଚ୍ୟାନେଲ ଏହାକୁ ପ୍ରସାରଣ କରି ଥିବାରୁ କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏହାକୁ ଦେଶ ବିରୋଧୀ ଦର୍ଶାଇ ଚ୍ୟାନେଲ କୁ ଵ୍ୟାନ କରାଯାଇଥିଲା। ଜାତୀୟ ସୁରକ୍ଷା ପ୍ରତି ବିପଦ ଦର୍ଶାଇ ଚ୍ୟାନେଲର ଲାଇସେନ୍ସ କୁ ମଧ୍ୟ ରିନ୍ୟୁ କରାଯାଉନଥିଲା। ହେଲେ ସୁପ୍ରିମକୋର୍ଟ ଏହି ମାମଲାରେ କେନ୍ଦ୍ର ସରକାରଙ୍କୁ କଡା ଭର୍ସନା କରିବା ସହିତ ଚ୍ୟାନେଲର ଲାଇସେନ୍ସ ରିନ୍ୟୁ ପାଇଁ ଅନୁମତି ଦେଇଛନ୍ତି ଓ ଏହା ଉପରୁ ବ୍ୟନ ମଧ୍ୟ ହଟାଇ ଦେଇଛନ୍ତି।

Related Posts