ଭୁବନେଶ୍ବର: ରାଜ୍ୟସଭା ନିର୍ବାଚନକୁ ନେଇ ରାଜ୍ୟର ରାଜନୀତିରେ କ୍ରସ ଭୋଟିଂକୁ କେନ୍ଦ୍ର କରି ଚର୍ଚ୍ଚା ଜୋର ଧରିଛି। ସୂଚନା ଅନୁଯାୟୀ, ମୋଟ ୮ ଜଣ ବିଧାୟକ ଦଳୀୟ ରେଖା ଭଙ୍ଗି କ୍ରସ ଭୋଟିଂ କରିଥିବା ଜଣାପଡ଼ିଛି।କଂଗ୍ରେସ ଦଳରୁ ସୋଫିଆ ଫିର୍ଦ୍ଦୋସ, ରମେଶ ଜେନା ଓ ଦାଶରଥି ଗମାଙ୍ଗ କ୍ରସ ଭୋଟିଂ କରିଥିବା ସୂଚନା ମିଳିଛି। ସେହିଭଳି ବିଜେଡିରୁ ଶୁଭାସିନି ଜେନା, ଚକ୍ରମଣି କହଁର, ସୌଭିକ ବିଶ୍ୱାଳ ଓ ଦେବୀ ତ୍ରିପାଠୀ ମଧ୍ୟ ଦଳୀୟ ନିଷ୍ପତ୍ତି ବିରୋଧରେ ଯାଇ କ୍ରସ ଭୋଟିଂ କରିଥିବା କୁହାଯାଉଛି।ଏହାସହ ନିକଟରେ ବିଜେଡିରୁ ନିଲମ୍ବିତ ହୋଇଥିବା ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ର ମଧ୍ୟ କ୍ରସଭୋଟିଂ କରିଛନ୍ତି।ତେବେ ଏହି ସମସ୍ତ ଘଟଣା ପରେ ରାଜନୈତିକ ମହଲରେ ଅନେକ ପୂର୍ବାନୁମାନ ଚାଲିଥିବା ବେଳେ ସନ୍ଧ୍ୟାରେ ଘୋଷଣା ହେବାକୁ ଥିବା ଅନ୍ତିମ ଫଳାଫଳ ଉପରେ ସମସ୍ତଙ୍କ ଦୃଷ୍ଟି ରହିଛି।





