CRPF କ୍ୟାମ୍ପରେ ସୁରକ୍ଷାକର୍ମୀଙ୍କ ମଧ୍ୟରେ ସଙ୍ଘର୍ଷ : ଗୁଳିମାଡରେ SI ମୃତ, ଜଣେ ଗୁରୁତର

ସତ୍ୟପାଠ 26/12 ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ତେଲେଙ୍ଗାନାରେ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଘଟିଛି ସଂଘର୍ଷ । ତେଲେଙ୍ଗାନାର ମୁଲୁଗୁ ଜିଲ୍ଲା ଅନ୍ତର୍ଗତ ଭେଙ୍କେଟପୁରମ ପୋଲିସ ଷ୍ଟେସନରେ ଥିବା ୩୯ ସି.ଆର.ପି.ଏଫ କ୍ୟାମ୍ପରେ ଏହି ଘଟଣା ଘଟିଥିବା ଜଣାପଡିଛି । ଏହି ଘଟଣାରେ ମେସ୍ ଇନଚାର୍ଜ ଷ୍ଟେଫେନ୍, ଏସଆଇଙ୍କ ଉମେଶ ଚନ୍ଦ୍ରଙ୍କ ସମେତ ୨ ଜଣଙ୍କୁ ଗୁଳି କରିବା ପରେ ନିଜ ଉପରକୁ ମଧ୍ୟ ଗୁଳି ଚାଳନା କରିଥିଲେ । ଏସଆଇ ଉମେଶ ଚନ୍ଦ୍ରଙ୍କ ଘଟଣାସ୍ଥଳରେ ଦେହାନ୍ତ ହୋଇଥିବା ବେଳେ ମେସ ଇନଚାର୍ଜ ଗୁରତର ହୋଇଛନ୍ତି । ଗୁରୁତର ମେସ ଇନଚାର୍ଜ ଷ୍ଟେଫେନଙ୍କୁ ନିକଟସ୍ଥ ୱାରଙ୍ଗଲ ହସ୍ପିଟାଲରେ ଭର୍ତି କରାଯାଇଛି । ତେବେ କେଉଁ କାରଣରୁ ଏହି ଘଟଣା ଘଟିଥିଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରି ନାହିଁ। ତେବେ ସୀମାନ୍ତରେ ଥିବା କ୍ୟାମ୍ପ୍ ଗୁଡିକରେ ବାରମ୍ବାର ଏହିପରି ଅଘଟଣ ଦେଖିବାକୁ ମିଳୁଛି ।

Related Posts