ଡା. ଦତ୍ତେଶ୍ୱର ହୋତା ହେଲେ ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି

ଭୁବନେଶ୍ୱର,୨୪/୩ (ସତ୍ୟପାଠ ବ୍ୟୁରୋ): ଡା. ଦତ୍ତେଶ୍ୱର ହୋତା ହେଲେ ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି। ତାଙ୍କୁ ୧ ବର୍ଷ ପାଇଁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ନିଯୁକ୍ତ କରିଛନ୍ତି। ସ୍ବାସ୍ଥ୍ୟ ସେବାକ୍ଷେତ୍ରରେ ଡା. ଦତ୍ତେଶ୍ବର ହୋତାଙ୍କ ଭଲ ଅଭିଜ୍ଞତା ରହିଛି। ଡା.ହୋତା ଏହା ପୂର୍ବରୁ କଟକ ଏସସିବି ମେଡିକାଲ କଲେଜର ଡିନ୍‌ ଭାବେ ମଧ୍ୟ କାର୍ଯ୍ୟ କରିସାରିଛନ୍ତି।

ସୂଚନାଯୋଗ୍ୟ ଯେ, ବିଜୁ ପଟ୍ଟନାୟକଙ୍କ ୧୦୭ ତମ ଜନ୍ମବାର୍ଷିକୀ ଅବସରରେ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱ ବିଦ୍ୟାଳୟର ସ୍ଥାପନା ଘୋଷଣା କରିଥିଲେ । ୨୦୨୩ – ୨୪ ଶିକ୍ଷାବର୍ଷ ଠାରୁ ରାଜ୍ୟର ସମସ୍ତ ଚିକିତ୍ସା ଓ ଆନୁସଙ୍ଗିକ ବିଜ୍ଞାନ ମହାବିଦ୍ୟାଳୟ / ଅନୁଷ୍ଠାନ ଗୁଡ଼ିକ ଏଣିକି ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ସହିତ ସହବଦ୍ଧ ହୋଇରହିବେ।ଶିକ୍ଷାବର୍ଷ ୨୦୨୩ – ୨୪ ରୁ ଆଧୁନିକ ଚିକିତ୍ସା, ଦନ୍ତ ରୋଗ ଚିକିତ୍ସା ବିଜ୍ଞାନ, ଆର୍ୟୁବେଦ, ହୋମିଓପାଥି, ନର୍ସିଂ, ଫାର୍ମାସୀ, ଫିଜିଓଥେରାପି ଓ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିଜ୍ଞାନ ପାଠ୍ୟକ୍ରମ ସଂପ୍ରତି ଏହି ବିଶ୍ୱବିଦ୍ୟାଳୟର ବିଷୟ ପରିସରଭୁକ୍ତ ହେବ।

Related Posts