ରାଜ୍ୟରେ ତଳମୁହାଁ କରୋନା ର ଦୈନିକ ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୦୮ କରୋନା ପଜିଟିଭ୍ ଚିହ୍ନଟ

ରାଜ୍ୟରେ ଖସୁଛି କରୋନା ର ଦୈନିକ ସଂକ୍ରମିତଙ୍କ ସଂଖ୍ୟା | ଫଳରେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୦୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୬୧୧୭ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି । ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬୨ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୪୬ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୧୬ ଜଣ ରହିଛନ୍ତି ।

ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୪ଜଣ, ବାଲେଶ୍ୱର ଜିଲ୍ଲାରୁ ୪ଜଣ, ବରଗଡ଼ ଜିଲ୍ଲାରୁ ଜଣେ, ଭଦ୍ରକ ଜିଲ୍ଲାରୁ ଜଣେ, ବଲାଙ୍ଗୀର ଜିଲ୍ଲାରୁ ୨ଜଣ, କଟକ ଜିଲ୍ଲାରୁ ୨ଜଣ, ଦେଓଗଡ଼ ଜିଲ୍ଲାରୁ ୨ଜଣ, ଢେଙ୍କାନାଳ ଜିଲ୍ଲାରୁ ଜଣେ, ଗଜପତି ଜିଲ୍ଲାରୁ ୧୪ଜଣ, ଗଞ୍ଜାମ ଜିଲ୍ଲାରୁ ୧୫ଜଣ, ଜଗତସିଂହପୁର ଜିଲ୍ଲାରୁ ଜଣେ, ଯାଜପୁର ଜିଲ୍ଲାରୁ ୮ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୧୧ଜଣ, କଳାହାଣ୍ଡି ଜିଲ୍ଲାରୁ ୨ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୭ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୬ଜଣ, କୋରାପୁଟ ଜିଲ୍ଲାରୁ ୫ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୬ଜଣ, ସମ୍ବଲପୁର ଜିଲ୍ଲାରୁ ୫ଜଣ, ସୋନପୁର ଜିଲ୍ଲାରୁ ଜଣେ, ସୁନ୍ଦରଗଡ଼ ଜିଲ୍ଲାରୁ ୮ଜଣ, ଷ୍ଟେଟ ପୁଲ୍‌ରୁ ୨ଜଣ ରହିଛନ୍ତି ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୮୬୧୧୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୧୯୬ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୨୭୫୭୬୭ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୨୯୬୪୦୭୬୦ସାମ୍ପୁଲ ଟେଷ୍ଟ୍ ହୋଇଛି ।

ଅନ୍ୟପଟେ ଦେଶରୁ ଆଜି ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ ମାତ୍ର 3,993 ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜି ମୃତ୍ୟୁସଂଖ୍ୟା ମଧ୍ୟ ସାମାନ୍ୟ ହ୍ରାସ ପାଇଛି । ଦେଶରେ ଦିନକରେ ଆଉ 108 ଆକ୍ରାନ୍ତ ଆଖି ବୁଜିଛନ୍ତି | ଆଜିର ନୂତନ ସଂକ୍ରମଣକୁ ମିଶାଇ ଭାରତରେ ମୋଟ 49,948ଟି ସକ୍ରିୟ ମାମଲା ରହିଛି । ଏଯାବତ୍ ଦେଶରେ ମୋଟ 4,24,06,150 ସଂକ୍ରମିତ ସୁସ୍ଥ ହୋଇଛନ୍ତି । ସେହିପରି ମୋଟ 5,15,210 କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ରହିଛି ।

Related Posts