ସରକାରଙ୍କ ପାଇଁ ବିପଦ କେନ୍ଦୁଝରରେ ESSAR କମ୍ପାନୀ ବିରୋଧରେ ମହାମେଳି

ସତ୍ୟପ୍ରକାଶ ନାୟକ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଗୋଟିଏ ପଟେ ନୂଆପଡ଼ାରେ ରାଜନୈତକ ନାରା ବର୍ଷୁଥିବା ବେଳେ,ଠିକ୍ ସେହି ସମୟରେ କେଉଁଝର ଜିଲ୍ଲାରେ ଶୁଭୁଚି ଚାଷୀ ମୂଲିଆ ମଜଦୂର ଏକ ହୁଅରେ..ଏକ ହୁଅ..।କେଉଁଝର ଜିଲ୍ଲାର ମୁଖ୍ୟାଳୟରେ ବା ସହରର ପ୍ରମୁଖ ରାସ୍ତାରେ ହଜାର ହଜାର ସଂଖ୍ୟାର ଆଦିବାସୀ ଗରିବ ଦଳିତ ଚାଷୀ ମୂଲିଆ ମାନେ କରିଛନ୍ତି ବିରାଟ ଶୋଭାଯାତ୍ରା।ସଦର ନିର୍ବାଚନ ମଣ୍ଡଳୀରେ ଏସାର ମିନମେଣ୍ଟ କମ୍ପାନୀ ଯେଉଁ ପେଲେଟ୍ ପ୍ଲାଣ୍ଟ ବସାଉଛି ତାହାକୁ ବିରୋଧ କରି ଏହି ବିଶାଳ ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ଆଇରନ୍ କୋର୍ କୁ ଗୁଣ୍ଡ କରି ବା କାଦୁଅ ଭଳି କରି ପାଇପ ମାଧ୍ୟମରେ ବୈତରଣୀ ନଦୀରେ ପାରାଦୀପ ଯିବ ଏବଂ ସେଠାରୁ ଏକ୍ସପର୍ଟ କରାଯିବ ଫଳରେ ଏସାର ମିନମେଣ୍ଟ କମ୍ପାନୀ କୋଟି କୋଟି ଟଙ୍କା ମୁନାଫା ପାଇବ କିନ୍ତୁ ଏହାଦ୍ବାରା ସ୍ଥାନୀୟ ଅଧିବାସୀ ମାନଙ୍କର ଯେଉଁ କ୍ଷତି ହେବ ତାହାର ଉତ୍ତରଦାୟିତ୍ୱ ନେବା ପାଇଁ କେହି ରାଜି ନୁହଁନ୍ତି।ଏହା ପଛର ଅସଲ କାରଣ ହେଉଛି ସରକାରଙ୍କ ଭଳି ରାଜ୍ୟର ପ୍ରମୁଖ ରାଜନୈତିକ ଦଳମାନେ ମଧ୍ୟ କର୍ପୋରେଟ ହାଉସ୍ ପାଖରେ ମୁଣ୍ଡ ବିକିଛନ୍ତି।

ଜାନୁଆରୀ ମାସରେ ହୋଇଥିବା ଜନଶୁଣାଣୀ କୁ ପୋଲିସ ଲଗାଇ ଅନେକ ସ୍ଥାନୀୟ ଲୋକଙ୍କୁ ଛଡା ଯାଇନଥିଲା।ମାମଲା ହାଇକୋର୍ଟ କୁ ଯିବାପରେ ମାନ୍ୟବର ଅଦାଲତ ପୁଣିଥରେ ପଲ୍ୟୁସନ୍ ବୋର୍ଡ କୁ କହିଥିଲେ ଜନ ଶୁଣାଣିରେ ଯେଉଁମାନଙ୍କ ମତ ଶୁଣା ଯାଇନାହିଁ ସେମାନଙ୍କ ମତକୁ ଶୁଣାଯାଉ କିନ୍ତୁ ଯେତେବେଳେ ଲୋକମାନେ ଭୁବନେଶ୍ଵର ପଲ୍ୟୁସନ୍ କଣ୍ଟ୍ରୋଲ ବୋର୍ଡ କୁ ଆସୁଥିଲେ ସେମାନଙ୍କୁ ଆନ୍ଦପୁର ପାଖରେ ପୋଲିସ ସେମାନଙ୍କୁ ଅଟକାଇ ରଖିଥିଲା କାରଣ ଏମାନେ ବିଧିବଦ୍ଧ ଭାବେ ପ୍ରକଳ୍ପକୁ ବିରୋଧ କରୁଥିଲେ ଅନ୍ୟପଟେ ପ୍ରକଳ୍ପ ସପକ୍ଷରେ ବା କମ୍ପାନୀ ସପକ୍ଷରେ କିଛି ଲୋକ ଯୋଗାଡ କରାଯାଇ ଜନଶୁଣାଣୀ କରାଯାଇଥିଲା ଏବଂ ପଲ୍ୟୁସନ୍ କଣ୍ଟ୍ରୋଲ ବୋର୍ଡ ଏସାର ମିନମେଣ୍ଟ ସପକ୍ଷରେ ରିପୋର୍ଟ ପ୍ରଦାନ କଲା।ତେବେ ପ୍ରଶ୍ନ ହେଉଛି ଯଦି ସେତେବେଳେ ଅଧିକାଂଶ ଲୋକ କମ୍ପାନୀ ସପକ୍ଷରେ ମତ ଦେଇଥିଲେ ତାହେଲେ ଏବେ ବିରୋଧ କରୁଥିବା ହଜାର ହଜାର ସଂଖାର ଲୋକ ରାସ୍ତାକୁ ଆସୁଛନ୍ତି କେଉଁଠୁ?ଏଥିରୁ ସ୍ପଷ୍ଟ ଜଣା ପଡୁଛି ସରକାର କିଭଳି କର୍ପୋରେଟ ହାଉସ୍ ର ଏଜେଣ୍ଟ ଭଳି କାର୍ଯ୍ୟ କରୁଛନ୍ତି।


ସ୍ଥାନୀୟ ଅଧିବାସୀ ମାନଙ୍କ କହିବା କଥା ଏମାନେ ଏଠାରେ ଚାଷ କରି ବେଶ୍ ଭଲରେ ଥିବାବେଳେ ସରକାର କାହିଁକି ଜିଦ୍ କରୁଛନ୍ତି ଲୋକଙ୍କୁ ଉଠାଇ ଏହିଠାରେ ହିଁ ପ୍ରକଳ୍ପ କରିବ।ସେହିପରି ଆଉ ଏକ ପ୍ରଶ୍ନ ଉଠୁଛି ଯେତେବେଳେ କେଉଁଝର ରୁ ପାରାଦୀପ ରାସ୍ତା ଭଲ ଅଛି ,ରେଳ ଲାଇନ୍ ମଧ୍ୟ ତିଆରି ହୋଇଛି କିନ୍ତୁ ସ୍ଲରୀ ପାଇପ୍ ବିଛାହୋଇ କାହିଁକି କାଦୁଅ ଆଇରନ ଯିବ?ବାସ୍ତବରେ ପାଇପ୍ ବିଛାହାଇ ଆଇରନ ଗଲେ କମ୍ପାନୀ ଅଧିକ ମୁନାଫା ପାଇବ ସେଥିପାଇଁ ହିଁ ସରକାରଙ୍କୁ ହାତକରି କମ୍ଫାନୀ ଚାହୁଁଚି ପାଇପ୍ ବିଛାଇବା ପାଇଁ।
ଭାରତୀୟ ଜନତା ପାର୍ଟି ଓଡ଼ିଆ ଅସ୍ମିତାର କଥା କହି ଆଦିବାସୀଙ୍କ ସ୍ୱର ପାଲଟିଥିବା କହୁଥିବା ବେଳେ କିନ୍ତୁ କେଉଁଝର ଆଦିବାସୀଙ୍କ କଥା କେହି ଶୁଣୁ ନାହାନ୍ତି ଅର୍ଥାତ୍ ଖୋଦ୍ ମୁଖ୍ୟମନ୍ତ୍ରୀ ଜଣେ ଆଦିବାସୀ ହୋଇଥିବା ବେଳେ କେଉଁଝର ଜିଲ୍ଲାର ଆଦିବାସୀଙ୍କ କଥା କାହା କାନକୁ ଶୁଣାଯାଉନାହିଁ କେମିତି?ବାସ୍ତବରେ ରାଜ୍ୟର ପ୍ରମୁଖ ତିନି ରାଜନୈତିକ ଦଳ ଓ ଏମାନଙ୍କର ମୁଖିଆ ସମସ୍ତେ କର୍ପୋରେଟ ହାଉସ୍ ର ଦଲାଲ୍ ସାଜିଛନ୍ତି ବୋଲି ଏକଥା ଆଉ ବୁଝିବାକୁ ବାକିନାହିଁ

Related Posts