ଦନ୍ତେୱାଡ଼ା ଲ୍ୟାଣ୍ଡମାଇନ ବିସ୍ପୋରଣ ଘଟଣା: ୩ ନାବାଳକଙ୍କ ସମେତ ୭ ଜଣଙ୍କୁ ବାନ୍ଧିଲା ଛତିଶଗଡ ପୁଲିସ

ଭୁବନେଶ୍ୱର,୮/୫(ସତ୍ୟପାଠ ବ୍ୟୁରୋ): ଛତିଶଗଡ ଦାନ୍ତେୱାଡା ଲ୍ୟାଣ୍ଡମାଇନ ବିସ୍ଫୋରଣ ମାମଲାରେ ପୁଲିସକୁ ମିଳିଛି ବଡ ସଫଳତା । ଏହି ଘଟଣାର ତଦନ୍ତ କରି ୩ ନାବାଳକଙ୍କ ସମେତ ୭ ଜଣଙ୍କୁୁ ଗିରଫ କରିିଛି ଛତିଶଗଡ ପୁଲିସ। ୩ ନାବାଳକଙ୍କୁ ଧରିବା ପରେ ବାଳସୁଧାର ଗୃହକୁ ପଠାଇଛି ପୁଲିସ । ଗିରଫ ଅନ୍ୟ ୪ ଜଣ ହେଲେ ମଲାଙ୍ଗିର ଏରିଆ କମିିଟିର ବୁଦରା ମାଡଓ୍ବୀ, ଜିତେନ୍ଦ୍ର ମୁଚାକି, ହିଡମା ମାଡକାମୀ ଏବଂ ହିଡମା ମାଡଓ୍ବୀ ।ଏମାନଙ୍କଠାରୁ ବହୁ ଗୁରତ୍ୱପୂର୍ଣ୍ଣ ତଥ୍ୟ ମିଳିଥିବା ପୁଲିସ କହିଛି ।

ଛତିଶଗଡ଼ର ଦନ୍ତେୱାଡାରେ ଏପ୍ରିଲ ୨୬ରେ ହୋଇଥିବା ମାଓବାଦୀ ଆକ୍ରମଣର ମାଷ୍ଟମାଇଣ୍ଡର ଚେହେରା ସାମ୍ନାକୁ ଆସିସାରିଛି। ମାଓ ନେତା ତଥା ମାଷ୍ଟରମାଇଣ୍ଡ ଜଗଦୀଶ ସୋଢ଼ିର ଫଟୋ ଏବେ ଭାଇରାଲ ହେବାରେ ଲାଗିଛି। ସେ ୱାଣ୍ଟେଡ ଥିବା ବେଳେ ତା’ ଉପରେ ପାଞ୍ଚ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଛି। ଅରନପୁରରେ ବିସ୍ଫୋରଣ ମାମଲାରେ ଜଗଦୀଶ ସୋଢ଼ି ସମେତ ୧୨ଜଣ ମାଓବାଦୀଙ୍କ ବିରୋଧରେ ପୁଲିସ ଏଫଆଇଆର ପଞ୍ଜିକରଣ କରିଛି। ଏହି ସମସ୍ତ ମାଓବାଦୀମାନେ ଦର୍ବା ଡିଭିଜନ୍ କମିଟିର ବୋଲି ଜଣାପଡ଼ିଛି।

Related Posts