ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ତହସିଲଦାରଙ୍କ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ । ତେବେ ଜଣେ ମହିଳାଙ୍କ ପ୍ରଶ୍ନରେ ରାଗି ଯାଇ ଦୁର୍ବ୍ୟବହାର କରୁଥିବା ଏକ ଭିଡିଓ ସାମ୍ନାକୁ ଆସିଛି । ଯାହା ସୋସିଆଲ ମିଡିଆରେ ଖୁବ ଭାଇରଲେ ହେବାରେ ଲାଗିଛି । ଏ ଖବର ସାମ୍ନାକୁ ଆସିବା ପରେ ରାଜ୍ୟର ରାଜନୀତି ମଧ୍ୟ ବେଶ ଚଳଚଞ୍ଚଳ ହୋଇ ଉଠିଛି । ଏହା ସହ ନିଜର ବ୍ୟବହାରକୁ ନେଇ ତହସିଲଦାର ମ୍ୟାଡମ ବେଶ ସମାଲୋଚନା ହେଉଥିବାର ଦେଖିବାକୁ ମିଳିଛି ।
ଅନ୍ୟପଟେ ମହିଳା ଜଣଙ୍କ ଡେଲାଙ୍ଗ ଧେଟଣକ୍ଷ ଗ୍ରାମର ବୋଲି ସୂଚନା ମିଳିଛି । ମହିଳା ଜଣଙ୍କ ପୋଷ୍ଟାଲରେ କାର୍ଯ୍ୟରତ । ଗାଡିଆ ଖୋଳାକୁ କେନ୍ଦ୍ର କରି ବାରମ୍ବାର ଅଭିଯୋଗ କରିଆସୁଥିଲେ ଏହି ମହିଳା । ଅଭିଯୋଗକୁ ଭିର୍ତ୍ତି କରି ଡେଲାଙ୍ଗ ତହସିଲଦାରଙ୍କ ସହିତ କଥା କଟା କଟି ପରେ ତହସିଲଦାର ମହିଳା ଜଣକୁ ରାଗି ଯାଇ ଦୁର୍ବ୍ୟବହାର କରିଥିବାର ଏହି ଭିଡିଓରେ ଦେଖିବାକୁ ମିଳିଛି ।





