ସୃଷ୍ଠି ହେଲା ଲଘୁଚାପ; ଆଗାମୀ ୭ ଦିନ ରାଜ୍ୟରେ ମଧ୍ୟମଧରଣର ବର୍ଷା ସମ୍ଭାବନା

ଭୁବନେଶ୍ୱର,୪/୧୦(ସତ୍ୟପାଠ ବ୍ୟୁରୋ): ଉତ୍ତର ବଙ୍ଗୋପସାଗରରେ ଓ ତାର ପାଶ୍ୱବର୍ତ୍ତୀ ଅଂଚଳରେ ଲଘୁଚାପ ସୃଷ୍ଟି ହୋଇଛି। ହେଲେ ଏହାର ପ୍ରଭାବ ଅଧିକ ରହିବ ନାହିଁ। କାଁଭାଁ ସ୍ଥାନରେ ବର୍ଷା ରହିବ। ଆଗାମୀ ୭ ଦିନ ଯାଏ ରାଜ୍ୟରେ ହାଲୁକରୁ ମଧ୍ୟମଧରଣର ବର୍ଷା କାଁଭାଁ ସ୍ଥାନରେ ରହିବ। ଆସନ୍ତା ୨୪ ଘଣ୍ଟା ମୁଖ୍ୟତଃ ପାଗ ଶୁଖିଲା ସହ କାଁଭାଁ ସ୍ଥାନରେ ବର୍ଷା ରହିବ।

ଢେଙ୍କାନାଳ, କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ଵର, ମୟୂରଭଂଜ ଓ କେନ୍ଦୁଝରରେ ହାଲୁକରୁ ମଧ୍ୟମଧରଣର ବର୍ଷା ଜାରି ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। 

ଆସନ୍ତାକାଲି ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାରେ ବଷା ହେବାର ସମ୍ଭାବନା ରହିଛି। ୭ ଦିନ ଯାଏ ବର୍ଷାର ବିଶେଷ ପ୍ରଭାବ ନଥିବା ବେଳେ ୧୦ ତାରିଖ ପରେ ବର୍ଷା ବଢିବାର ସମ୍ଭାବନା ରହିଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। 

ଏହାସହ ମୌସୁମୀ ଅପସାରଣ ବିଳମ୍ବ ହେଉଥିବାରୁ ଆଦ୍ରତାର ପରିମାଣ ବଢ଼ିବାରେ ଲାଗିଛି। ଫଳରେ ପ୍ରବଳ ଗରମ ସହ ଗୁଳୁଗୁଳି ହେଉଛି। ସମ୍ପୂର୍ଣ ମୌସୁମୀ ପ୍ରତ୍ୟାବର୍ତନ ପରେ ହିଁ ରାଜ୍ୟରେ ଗୁଳୁଗୁଳି କମିବା ବୋଲି ବିଭାଗ ଆକଳନ କରିଛି।

Related Posts