ଧାନମଣ୍ଡି ଅବ୍ୟବସ୍ଥା; କଂଗ୍ରେସର ୧୨ ଘଣ୍ଟିଆ ଦେବଗଡ଼ ଜିଲ୍ଲା ବନ୍ଦ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଧାନମଣ୍ଡି ଅବ୍ୟବସ୍ଥା ନେଇ ଆଜି ୧୨ ଘଣ୍ଟିଆ ଦେବଗଡ଼ ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି। ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ଏହି ବନ୍ଦକୁ ସମର୍ଥନ କରୁଛି ଜିଲ୍ଲା କୃଷକ ସଂଘ। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ଡାକରା ଦିଆଯାଇଛି।

ଆଜି ସକାଳେ ଜିଲ୍ଲା କଂଗ୍ରେସ ସଭାପତି ସେମ ହେମ୍ରମଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀ ଓ ଚାଷୀ ସଂଘ ସଦସ୍ୟମାନେ ନୀଲବେଣୀସାହି ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ ଉପରେ ଧାନବସ୍ତା ରଖି ବିରୋଧ କରିବା ସହିତ ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଫଳରେ ମୁମ୍ବାଇ କଲିକତାକୁ ସଂଯୋଗ କରୁଥିବା ଜାତୀୟ ରାଜପଥରେ ଗାଡ଼ି ଚାଳଚଳ ବନ୍ଦ ରହିଛି। ଅନେକ ଗାଡି ଲମ୍ୱା ଲାଇନରେ ଛିଡା ହୋଇ ରହିଛି । ବନ୍ଦ କାରଣ ପାଇଁ ସମସ୍ତ ଶିକ୍ଷାନୁଷ୍ଠାନ ଏବଂ ଦୋକାନ ବଜାର ବନ୍ଦ ରହିଥିବରୁ ରାସ୍ତାଘାଟ ଶୂନଶାନ ଦେଖାଯାଉଛି । କେବଳ ଜରୁରୀକାଳୀନ ସ୍ଥିତିରେ ଆମ୍ୱୁଲାନ୍ସ, ଦମକଳ ଏବଂ ପ୍ରଶାସନିକ ଅଧିକାରୀଙ୍କ ଗାଡି ଛଡାଯାଉଛି ବୋଲି ସୂଚନା ମିଳିଛି ।

Related Posts