ଢେଙ୍କାନାଳ: ଢେଙ୍କାନାଳ ସଦର ବନାଞ୍ଚଳରେ ଅଘଟଣ | ଦନ୍ତା ହାତୀ ଆକ୍ରମଣରେ ଗୁରୁତର ଆହତ ହୋଇଥିବା ବନକର୍ମଚାରୀଙ୍କ ମୃତ୍ୟୁ | ମୃତକ ହେଲେ ଏଲିଫ୍ୟାଣ୍ଟ ସ୍କ୍ୱାର୍ଡ ବିଶ୍ୱରଞ୍ଜନ ପାଣିଗ୍ରାହୀ । ମୃତକ ବିଶ୍ୱରଞ୍ଜନ ଗତ କାଲି ସଦର ବନାଞ୍ଚଳର ଗହମଖୁଣ୍ଟି ଗ୍ରାମ ନିକଟସ୍ଥ ଟିକିଲି ବନ୍ଧ ନିକଟରେ ବୁଲୁଥିବା ଏକ ଆହତ ଦନ୍ତା ହାତୀକୁ ଜଗିଥିବା ସମୟରେ ଆହତ ଦନ୍ତା ବିଶ୍ୱରଂଜନଙ୍କୁ କାଲି ଟେକି କଚାଡି ଦେଇଥିଲା | ଏନେଇ ତାଙ୍କୁ ପ୍ରଥମେ ଗୁରୁତର ଅବସ୍ଥାରେ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନା ପରେ କଟକ ଏସସିବିକୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି |
ସୂଚନାଯୋଗ୍ୟ, ଢେଙ୍କାନାଳ ସଦର ରେଞ୍ଜ ଅଧୀନରେ କାମ କରନ୍ତି ବିଶ୍ୱରଞ୍ଜନ ପାଣିଗ୍ରାହୀ | ଗତ କାଲି ସଦର ବନାଞ୍ଚଳର ଗହମଖୁଣ୍ଟି ଗ୍ରାମ ନିକଟସ୍ଥ ଟିକିଲି ବନ୍ଧ ନିକଟରେ ଏକ ଆହତ ଦନ୍ତା ହାତୀ ବୁଲୁଥିବା ନେଇ ଖବର ପାଇଥିଲେ | ପରେ ଏନେଇ ସେଠାରେ ପହଁଚି ଚିକିତ୍ସା ପାଇଁ ବନ ବିଭାଗ ପକ୍ଷରୁ ପଦକ୍ଷେପ ଆରମ୍ଭ ହୋଇଥିଲେ | ମାତ୍ର ସେହି ସମୟରେ ହାତୀଟି ବିଶ୍ୱରଞ୍ଜନ ଙ୍କୁ ଟେକି କଚାଡି ଦେଇଥିଲା |





