ଅସହ୍ୟ ହେଲା ଡିଆଇଜିଙ୍କ ପତ୍ନୀଙ୍କ ନିର୍ଯାତନା: ଟ୍ରେନ୍‌ ଆଗକୁ ଡେଇଁ ଦୁଇ ଗୋଡ଼ ହରାଇଲେ ହୋମଗାର୍ଡ, NHRC ରେ ମାମଲା ରୁଜୁ

ଭୁବନେଶ୍ଵର (ସତ୍ୟପାଠ ବ୍ୟୁରୋ): ଅସହ୍ୟ ହେଲା ଡିଆଇଜିଙ୍କ ପତ୍ନୀଙ୍କ ନିର୍ଯାତନା । ଟ୍ରେନ୍‌ ଆଗକୁ ଡେଇଁ ଦୁଇ ଗୋଡ଼ ହରାଇଲେ ହୋମଗାର୍ଡ । ରାଜ୍ୟ ପୁଲିସର ଜଣେ ଡିଆଇଜିଙ୍କ ପତ୍ନୀ ଦେଲେ ଅସହ୍ୟ ନିର୍ଯାତନା । ଘରୋଇ କାମ ବେଳେ ସବୁବେଳେ ମାନସିକ, ଶାରୀରିକ ନିର୍ଯାତନା ଦେଉଥିଲେ ଡିଆଇଜିଙ୍କ ପତ୍ନୀ । ଆଉ ଏଥିରେ ନିର୍ଯାତନା ସହି ନ ପାରି ସେ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଏପରି ଏକ ଘଟଣା ଅନୁଗୁଳରେ ଘଟିଥିବା ବେଳେ ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଖବର ଅନୁସାରେ, ଅନୁଗୁଳ ଜିଲ୍ଲାରେ ଗତ ୧୯ ବର୍ଷ ହେବ ଗୃହରକ୍ଷୀ ଭାବେ କାର୍ଯ୍ୟ କରି ଆସୁଛନ୍ତି ହୋମଗାର୍ଡ ।

୭ ମାସ ତଳେ ଅନୁଗୁଳରେ ଯୋଗ ଦେଇଥିବା ଡିଆଇଜି ପାହ୍ୟାର ଅଧିକାରୀ ବ୍ରିଜେଶ କୁମାର ରାଏଙ୍କ ଘରୋଇ କାମରେ ତାଙ୍କୁ ନିୟୋଜିତ କରାଯାଇଥିଲା । ସେଠାରେ ଘରୋଇ କାମ ବେଳେ ସବୁବେଳେ ମାନସିକ, ଶାରୀରିକ ନିର୍ଯାତନା ଦେଲେ । ଚାକିରି ନେଇଯିବାର ଧମକ ବି ଦେଉଥିଲେ । ଏଥିରେ ଅତିଷ୍ଠ ହୋଇ ତିଳ ତିଳ ମରୁଥିବା ହୋମଗାର୍ଡଜଣକ ନେଲେ ଚରମ ନିଷ୍ପତ୍ତି ନେଇଥିଲେ । ଗତ ୪ ତାରିଖରେ ଡିଆଇଜିଙ୍କ ପତ୍ନୀ ତାଙ୍କୁ ଗଳା ଧକ୍କା ଦେଇ ଘରୁ ବାହାର କରି ଦେଇଥିଲେ । ଚାକିରି ନେଇଯିବାର ଧମକ ବି ଦେଇଥିଲେ ।

ଚାକିରି ଚାଲିଯିବା ଭୟରେ ଆତ୍ମହତ୍ୟା ପରି ଚରମ ପଦକ୍ଷେପ ନେଇଥିବା ଉଲ୍ଲେଖ କରିଛନ୍ତି। ଆତ୍ମହତ୍ୟା କରିବାକୁ ଟ୍ରେନ୍‌ ଲାଇନ୍‌କୁ ସେ ଡେଇଁଥିଲେ । ଅବଶ୍ୟ ସେ ବଞ୍ଚି ଯାଇଛନ୍ତି । କିନ୍ତୁ ନିଜ ୨ ଗୋଡ଼କୁ ସବୁଦିନ ପାଇଁ ହରାଇ ବସିଛନ୍ତି । ତେଣୁ ତାଙ୍କୁ କ୍ଷତିପୂରଣ ଦେବା ସହ ତାଙ୍କ ପ୍ରତି ହୋଇଥିବା ନିର୍ଯାତନାର ତଦନ୍ତ କରିବାକୁ ସେ ଗତ ୧୩ ତାରିଖରେ ଉତ୍କଳ ଗୃହରକ୍ଷୀ ମହାସଂଘ, ହୋମଗାର୍ଡ ଡିଜି, ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଓ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଥିଲେ । ସେପଟେ ଜାତୀୟ ମାନବାଧିକାର କମିଶନରେ କେସ ଡାଏରୀ ରୁଜୁ ହୋଇଛି । ମାନବାଧିକାର କର୍ମୀ ଜୟନ୍ତ ଦାସଙ୍କ ଅଭିଯୋଗ ଆଧାରରେ କେସ ଡାଏରୀ ହୋଇଛି । ଅଭିଯୋଗ ପରେ କେସ ଡାଏରୀ କରିଛି ଏନଏଚଆରସି ।

ହୋମଗାର୍ଡ ଡିଜି ଡ. ସୁଧାଶୁଂ ଷଡଙ୍ଗୀ ଏନେଇ କହିଛନ୍ତି, ମହିଳା ହୋମଗାର୍ଡଙ୍କର ଚିକିତ୍ସା ଚାଲିଛି। ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିଛନ୍ତି । ମେଡିକାଲରୁ ଡିସଚାର୍ଜ ହେବା ପରେ ତାଙ୍କ ଅଭିଯୋଗ ଉପରେ ଆଲୋଚନା କରାଯିବ । ସେହି ଅନୁସାରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ସେପଟେ ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ବ୍ରିଜେଶ ରାଏ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ସୈରିନ୍ଦ୍ରୀଙ୍କୁ କୌଣସି ନିର୍ଯାତନା ଦିଆଯାଇ ନାହିଁ । ତେବେ ମେଡିକାଲରୁ ଡିସଚାର୍ଜ ହେବା ପରେ ତାଙ୍କ ଅଭିଯୋଗ ଅନୁସାରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିଜି ଡ. ସୁଧାଶୁଂ ଷଡଙ୍ଗୀ କହିଛନ୍ତି ।

Related Posts