ଖାଉଟିଙ୍କ ପାଇଁ ଅସ୍ବସ୍ତି; ଖାଇବା ତେଲର ଆମଦାନୀ ଶ୍ଳୁକ ହ୍ରାସ କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୫/୬(ସତ୍ୟପାଠ ବ୍ୟୁରୋ): ଖାଉଟିଙ୍କ ପାଇଁ ଅସ୍ବସ୍ତି। ହ୍ରାସ ପାଇବ ଖାଇବା ତେଲ ଦର| କେନ୍ଦ୍ର ସରକାରଙ୍କ ତରଫରୁ ରିଫାଇନ, ସୋୟାବିନ ଓ ସୂର୍ଯ୍ୟମୁଖୀ ତେଲର ଆମଦାନୀ ଶ୍ଳୁକ ହ୍ରାସ କରିଛନ୍ତି । ଏହି ଆମଦାନୀ ଶ୍ଳୁକ ୧୭.୫ ପ୍ରତିଶତ ଥିବା ବେଳେ ସରକାର ଏହାକୁ କମାଇ ଏବେ ୧୨.୫ ପ୍ରତିଶତ କରିଛନ୍ତି । ଅର୍ଥମନ୍ତ୍ରଣାଳୟ ତରଫରୁ ଗୁରୁବାର ଦିନ ଜାରି କରାଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି କି ଘରୋଇ ଉପଲବ୍ଧତା ବୃଦ୍ଧି କରିବା ଓ ଦାମ୍ ଉପରେ ନିୟନ୍ତ୍ରଣ ଆଣିବାକୁ ଏଭଳି ପଦକ୍ଷେପ ନିଆଯାଇଛି ।

ତେବେ ସାଧାରଣ ଭାବେ ଭାରତ ସୋୟାବିନ ଓ ସୂର୍ଯ୍ୟମୁଖୀ ତେଲ ଆମଦାନୀ କରିଥାଏ । ଏହା ପରେ ବି ସରକାର ସୋୟାବିନ ଓ ସୂର୍ଯ୍ୟମୁଖୀ ତେଲ ଉପରେ ଆମଦାନୀ ଶ୍ଳୁକ କମ୍ କରିଛନ୍ତି । ସରକାରଙ୍କର ଏଭଳି ପଦକ୍ଷେପ ପରେ ଏବେ ରିଫାଇନଡ ଖାଇବା ତେଲ ଉପରେ ୧୩.୭ ପ୍ରତିଶତ ଶ୍ଳୁକ ଲାଗିବ ।

Related Posts