ଭୁବନେଶ୍ଵର(ସତ୍ୟପାଠ ବ୍ୟୁରୋ): ଭୁବନେଶ୍ୱର ଇଣ୍ଟରନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଇନଫରମେସନ୍ ଟେକ୍ନୋଲୋଜି ନିର୍ଦ୍ଦେଶକ ଭାବରେ ନିଯୁକ୍ତ ହେଲେ ଡକ୍ଟର. ଆଶିଷ ଘୋଷ। ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଆଶିଷ ଘୋଷଙ୍କୁ ୫ ବର୍ଷ ପାଇଁ ନିଯୁକ୍ତ କରି ଖୁସିବ୍ୟକ୍ତ କରିଛନ୍ତି।
ଏହା ପୂର୍ବରୁ ସେ କୋଲକାତାର ଭାରତୀୟ ପରିସଂଖ୍ୟାନ ପ୍ରତିଷ୍ଠାନ, ଟେକ୍ନୋଲୋଜି ଇନୋଭେସନ୍ ହବ୍, ପ୍ରଫେସର ତଥା ପ୍ରୋଜେକ୍ଟ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଥିଲେ। ଡକ୍ଟର ଘୋଷଙ୍କର ୨୮ ବର୍ଷର ଶିକ୍ଷାଦାନ ଅଭିଜ୍ଞତା ରହିଛି। ସେ ୧୦ ଟି ପୁସ୍ତକ ରଚନା କରିଛନ୍ତି ଏବଂ ୧୦ ଜଣ ପିଏଚଡି ସ୍କଲାରଙ୍କୁ ଗାଇଡ୍ କରିଛନ୍ତି।





