ଆସନ୍ତା ୫ ଦିନ ଶୁଖିଲା ପାଗ: ପାଣିପାଗ ବିଜ୍ଞାନ କେନ୍ଦ୍ର ଭୁବନେଶ୍ୱର

ରାଜ୍ୟରେ ଆରମ୍ଭ ହୋଇଗଲାଣି ଟାଣ ଖରା | ଫଳରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଶୁଖିଲା ପାଗ ରହିବ ନେଇ ଅନୁମାନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର ଭୁବନେଶ୍ୱର । ଟାଣ ଖରା ହେଲେ ବି ତାପମାତ୍ରା ବଢିବନି, ସ୍ଥିର ରହିବ | ସେହିପରି ବିଶେଷ ଥଣ୍ଡା କିମ୍ବା ଗରମ ଅନୁଭୁତ ହେବ ନାହିଁ । ଗତ ୨୪ ଘଂଟାରେ ରାଜ୍ୟରେ ପାଗ ଶୁଖିଲା ରହିଥିଲା । ଅନଗୁଳରେ ସର୍ବାଧିକ ତାପମାତ୍ରା ୩୬ ଦଶମିକ ୧ ଡ଼ିଗ୍ରୀ ରହିଛି | ଯେହେତୁ ମାର୍ଚ୍ଚ ମାସରେ ଦିନର ତାପମାତ୍ରା ସାଧାରଣ ତାପମାତ୍ରାଠାରୁ ଅଧିକ ରହିଥାଏ । ଆଗାମୀ ଦିନରେ ଏହା ଅଧିକ ଗରମ ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ଫୁଲବାଣୀ ଏବେ ବି ଥଣ୍ଡା ସହର ଭାବେ ରେକର୍ଡ଼ ବଜାୟ ରଖିଛି । ଏଠାରେ ସର୍ବନିମ୍ନ ତାପମାତ୍ରା ୧୩ ଡ଼ିଗ୍ରୀ ରେକର୍ଡ଼ ହୋଇଛି ।

ଅନ୍ୟପଟେ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ଦିନର ସର୍ବାଧିକ ତାପମାତ୍ରା ହ୍ରାସ ଘଟିଛି । ଆସନ୍ତାକାଲି ସକାଳେ ରାଜ୍ୟର କିଛି ଅଂଚଳରେ ପାଗ କୁହୁଡ଼ିଆ ରହିପାରେ । ଭୁବନେଶ୍ୱର ଓ ଏହାର ସଂଲଗ୍ନ ଅଂଚଳ ଗୁଡ଼ିକରେ ସକାଳେ କୁହୁଡ଼ିଆ ରହିବ । ଦିନରେ ଆକାଶ ନିର୍ମଳ ରହିବା ଯୋଗୁଁ ଖରା ଟାଣ ରହିବ । ସର୍ବାଧିକ ତାପମାତ୍ରା ୩୬ ଡ଼ିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୨୨ ଡ଼ିଗ୍ରି ରହିବ ବୋଲି ଆଂଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ପାଞ୍ଚଟି ସ୍ଥାନ ତାପମାତ୍ରା ୩୫ ଡିଗ୍ରୀ ସେଲସିୟସରୁ ଅଧିକ ରେକର୍ଡ କରିଛି । ଅନୁଗୁଳ ଜିଲ୍ଲାରେ ସର୍ବାଧିକ ତାପମାତ୍ରା ୩୬.୧ ଡିଗ୍ରୀ ସେଲସିୟସ ଥିବାବେଳେ ଝାରସୁଗୁଡା, ତାଳଚର ଏବଂ ବାଲାଙ୍ଗୀର ୩୬ ଡିଗ୍ରୀ ସେଲସିୟସ ରେକର୍ଡ କରିଛନ୍ତି । ସେହିଭଳି ସମ୍ବଲପୁରରେ ୩୫.୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି ।

Related Posts