ଜମି ଘୋଟାଲା ମାମଲାରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଇଡିର ସମନ୍

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଜମି ଘୋଟାଲା ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କୁ ଦ୍ବିତୀୟ ସମନ୍ ପଠାଯାଇଛି। ଇଡି ସୋରେନ୍‌ଙ୍କୁ ୨୪ ଅଗଷ୍ଟରେ ରାଞ୍ଚି ଜୋନାଲ ଅଫିସରେ ପଚାରା ଉଚରା କରିବା ପାଇଁ ହାଜର ହେବାକୁ କୁହାଯାଇଛି। ଶନିବାର ମିଳିଥିବା ସୂଚନା ଅନୁସାରେ, ଇଡିର ଅଧିକାରୀ ମୁଖ୍ୟମନ୍ତ୍ରୀ ସୋରେନ୍‌ ଓ ତାଙ୍କ ପରିବାରର ସମ୍ପତ୍ତି ବିଷୟରେ ପଚରା ଉଚରା କରିବ।

ଏହା ପୂର୍ବରୁ ୮ ଅଗଷ୍ଟରେ ମଧ୍ୟ ଇଡି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କୁ ସମନ ପଠାଇ ୧୪ ଅଗଷ୍ଟରେ ହାଜର ହେବାକୁ କହିଥିଲା, କିନ୍ତୁ ସେ ଇଡି ନିକଟରେ ହାଜର ହୋଇନଥିଲେ। ସେ ଇଡିକୁ ଚିଠି ଲେଖି କହିଥିଲେ, ସମନ୍ ଫେରାଇ ନିଅନ୍ତୁ, ମୁଁ ଆଇନର ସହାୟତା ନେଉଛି। ମୁଖ୍ୟମନ୍ତ୍ରୀ ଲେଖିଥିଲେ ଆପଣ ଏହି ମାମଲରେ ଦେଇଥିବା ସମନ ବେଆଇନ। ଏହା ଉପରେ ଆଇନଗତ ପରାମର୍ଶ ନେବାପରେ ଆଗକୁ ବଢିବୁ।

ଏହା ପୂର୍ବରୁ ଇଡି ସୋରେନ୍‌ଙ୍କୁ ସମନ୍ ପଠାଇ ୧୪ ଅଗଷ୍ଟରେ ପଚର ଉଚରା ପାଇଁ ଡକାଇଥିଲା। ସେଭଳି ଗତ କିଛି ବର୍ଷ ୩ ନଭେମ୍ବରରେ ଅବୈଧ ଖନନରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରୀୟ ଏଜେନ୍ସି ସମନ ପଠାଇ ଡକାଇଥିଲା। ସେବେଠାରୁ ବେଆଇନ ଖନନକୁ ନେଇ ପଚରା ଉଚରା କରାଯାଉଥିଲା। ମୁଖ୍ୟମନ୍ତ୍ରୀ ଦୁଇଟି ଅଲଗା ଅଲଗା ମାମଲାରେ ଇଡିର ତଦନ୍ତ ପରିସରରେ ରହିଛନ୍ତି।

Related Posts