ପ୍ରଭାରୀଙ୍କ ସୂଚନା: ଏଥର କଂଗ୍ରେସ ଟିକେଟ ପାଇଁ ଅନଲାଇନ୍ ଆବେଦନ

ଭୁବନେଶ୍ୱର,୧/୨(ସତ୍ୟପାଠ ବ୍ୟୁରୋ):   ମୁଣ୍ତ ଉପରେ ସାଧାରଣ ନିର୍ବାଚନ ଥିବାବେଳେ ଅଣ୍ଟା ଭିଢ଼ିଲେଣି ସମସ୍ତ ରାଜନୈତିକ ଦଳ। ନିର୍ବାଚନକୁ ନେଇ କଂଗ୍ରେସର ବଡ଼ ଘୋଷଣା। କଂଗ୍ରେସ ଟିକେଟ ନେଇ ପିସିସି ପ୍ରଭାରୀ ଅଜୟ କୁମାରଙ୍କ ବଡ଼ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଅନଲାଇନରେ ସବୁ ତଥ୍ୟ ଦେଇ ଟିକେଟ ଆବେଦନ କରିବେ ଆଶାୟୀ। ଖୁବଶୀଘ୍ର ଟିକେଟ ଆବେଦନ କରିବାର ଇ ଫର୍ମ ଉପଲବ୍ଧ କରାଯିବ। ଏକାଧିକ ଆଶାୟୀ ଥିଲେ ଯୋଗ୍ୟ ପ୍ରାର୍ଥୀ ନେଇ ତର୍ଜମା କରାଯିବ।

ଏହାପରେ ପ୍ରଦେଶ ଇଲେକ୍ସନ୍ କମିଟି ତର୍ଜମା ପରେ ସ୍କ୍ରିନିଂ କମିଟିକୁ ପଠାଯିବ। ସ୍କ୍ରିନିଂ କମିଟିର ଅନୁମୋଦନ ପରେ ଉପଯୁକ୍ତ ପ୍ରାର୍ଥୀକୁ ଟିକେଟ ମିଳିବ। ତେବେ ଏହି ପ୍ରକ୍ରିୟାରେ କଂଗ୍ରେସ ନିଜ ପ୍ରାର୍ଥୀ ଚୟନ କରିବାକୁ ଯାଉଛି। ନିର୍ବାଚନକୁ ଆଖି ଆଗରେ ରଖି ଦଳ ଭୋଟରଙ୍କୁ ଆକର୍ଷିତ କରିବାକୁ ବିଭିନ୍ନ ଯୋଜନା ପ୍ରସ୍ତୁତ କରୁଛି।

Related Posts